ନାବାଳକକୁ ହତ୍ୟା କରି ପତ୍ରଗଦାରେ ଫିଙ୍ଗି ଦେଲେ

ଦେବଗଡ : ଦେବଗଡର ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା ଅର୍ନ୍ତଗତ ତୁଙ୍ଗାମାଳ ଗାଁରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ନିଖୋଜ ଥିବା ଜଣେ ୧୭ ବର୍ଷୀୟ ନାବାଳକକୁ ହତ୍ୟା କରି ପତ୍ରଗଦାରେ ଫିଙ୍ଗି ଦେଇଛନ୍ତି ଦୁର୍ବୃତ୍ତ । ସ୍ଥାନୀୟଲୋକେ ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ନାବାଳକର ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ମୃତକ ତୁଙ୍ଗାମାଳ ଗ୍ରାମର ବିଜୟ ମୁଣ୍ଡାଙ୍କ ପୁଅ ଅମିତ ମୁଣ୍ଡା (୧୭) ବୋଲି ଜଣାପଡିଛି । ୨୪ ତାରିଖରୁ ନାବାଳକ ଜଣକ ନିଖୋଜ ଥିଲେ । ପରିବାର ଲୋକେ ପୁଅକୁ ଅନେକ ଖୋଜାଖୋଜି କରି ପାଇନଥିଲେ ।

Comments are closed.