www.samajalive.in
Saturday, December 6, 2025
23.1 C
Bhubaneswar

ଜଙ୍ଗଲ ମଧ୍ୟରୁ ୫ ମାସର ଶିଶୁପୁତ୍ର ଉଦ୍ଧାର

ଦେବଗଡ : ଦେବଗଡ ଜିଲା ବାରକୋଟ ବ୍ଲକ ଅନ୍ତର୍ଗତ କାଦୋପଡା ମସିନ୍ତା ଜଙ୍ଗଲ ମଧ୍ୟରୁ ଗତକାଲି ଏକ ୫ ମାସର ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ଅନ୍ୟୁାୟୀ ରାତ୍ରୀ ପ୍ରାୟ ୯ ଟା ସମୟରେ ବାରକୋ ବ୍ଲକ ଅନ୍ତର୍ଗତ କାଦୋପଡା-ମସିନ୍ତା ଜଙ୍ଗଲ ମଧ୍ୟରେ କୌଣସି ଏକ ଶିଶୁର କାନ୍ଦ ଶୁଣିବାକୁ ମିଳିଥିଲା। ଫଳରେ ମସିନ୍ତା ଗ୍ରାମର କେତେକ ଗ୍ରାମବାସୀ ଉକ୍ତ ଜଙ୍ଗଲ ମଧ୍ୟକୁ ଯାଇ ଦେଖିବା ବେଳକୁ ସେଠାରେ ଏକ ୫ ମାସର ଶିଶୁ କାନ୍ଦୁଥିଲା। ଶିଶୁଟି ଜଙ୍ଗଲ ମଧ୍ୟରେ ଏଭଳି ଅବସ୍ଥାରେ ପଡି କାନ୍ଦୁଥିବା ଦେଖି ଗ୍ରାମବାସୀ ମାନେ ତାକୁ ଉଦ୍ଧାର କରି କାଦୋପଡା ଗ୍ରାମକୁ ନେଇଥିଲେ। ସେଠାରେ ଗ୍ରାମବାସୀ ମାନଙ୍କ ସହୟତାରେ ଜଣେ ଫାର୍ମାସିଷ୍ଟଙ୍କ ଦ୍ୱାରା ଚିକିତ୍ସା କରାଇବାପରେ ଶିଶୁଟିକୁ ମସିନ୍ତା ଗ୍ରାମର ବୀର୍ସା ତୁରୀ ନାମକ ନିଜ ଘରେ ରଖିଥିବା ଜଣାପଡିଛି। ଶିଶୁ ପାଇଁ ଆବଶ୍ୟକ ଭବିଷ୍ୟତ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ମସିନ୍ତା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଉକ୍ତ ଶିଶୁଟକୁି କିଏ ଏବଂ କେଉଁ ଉଦ୍ଦେଶ୍ୟରେ ଜଙ୍ଗଲରେ ଫିଙ୍ଗି ଚାଲିଯାଇଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନଥିବା ବେଳେ ଶିଶୁଟିର ବୟସ ପ୍ରାୟ ୫ ମାସ ହୋଇଥିବା ଅନୁମାନ କରାଯାଉଛି।

 

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories