www.samajalive.in
Sunday, December 7, 2025
23.1 C
Bhubaneswar

ଦେବଗଡ଼ ଆଦର୍ଶ ଥାନାରେ ୨ ଶହୀଦଙ୍କ ଫଟୋଚିତ୍ର ଉନ୍ମୋଚିତ

ଦେବଗଡ଼ : ସୁରକ୍ଷା ବାହିନୀରେ କାର୍ଯ୍ୟରତ ଥିବା ସମୟରେ ପ୍ରାଣ ହରାଇଥିବା ଦେବଗଡ ଜିଲ୍ଲାର ୨ଜଣ ଶହୀଦ ଜବାନଙ୍କ ଫଟୋ ଚିତ୍ରକୁ ଆଜି ଦେବଗଡ ଆଦର୍ଶ ଥାନା ପରିସରରେ ଅନାବରଣ କରାଯାଇଛି। ଆଜି ପୂର୍ବାହ୍ନରେ ଦେବଗଡ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମନୋଜ କୁମାର ମାହାନ୍ତ ଦେବଗଡ ଆଦର୍ଶ ଥାନା ପରିସରରେ ଦେବଗଡ ଜିଲ୍ଲାର ଶହୀଦ କାର୍ତ୍ତିକେଶ୍ୱର ମହାପାତ୍ର ଓ ଶହୀଦ ଶାନ୍ତନୁ କୁମାର ଧଳଙ୍କ ଫଟୋ ଚିତ୍ର ଅନାବରଣ କରିବା ସହ ସେଥିରେ ପ୍ରଦୀପ ପ୍ରଜ୍ୱଳନ ଓ ପୁଷ୍ପମାଲ୍ୟ ଅର୍ପଣ  ପୂର୍ବକ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ।

ଏଠାରେ ସୂଚନା ଯୋଗ୍ୟ ଯେ, ରିଆମାଳ ବ୍ଲକ ନୂଆଁଡିହୀ ପଂଚାୟତ ଅନ୍ତର୍ଗତ ପୁଡାଡିହି ଗ୍ରାମର ସ୍ୱର୍ଗତ ବଳଭଦ୍ର ମହାପାତ୍ରଙ୍କ ପୁଅ ଶହୀଦ କାର୍ତ୍ତିକେଶ୍ୱର ମହାପାତ୍ର ଗତ ୧୯୯୧ ମସିହାରେ ସିଆରପିଏଫ୍ ରେ ଯୋଗଦାନ କରିଥିଲେ। ୧୯୯୫ ମସିହା ମାର୍ଚ୍ଚ ୧୧ ତାରିଖରେ ନାଗାଲାଣ୍ଡ ବୋଡୋ ଉଗ୍ରପନ୍ଥୀଙ୍କ ବୋମା ବିସ୍ଫୋରଣରେ ଶହୀଦ ହୋଇଥିଲେ। ସେହିପରି  ବାରକୋଟ ବ୍ଲକ ଭାଟସିଂ ଗ୍ରାମର ସ୍ୱର୍ଗତ ଅଭିମନ୍ୟୁ ଧଳଙ୍କ ପୁଅ ଶହୀଦ ଶାନ୍ତନୁ କୁମାର ଧଳ ୧୯୯୨ ମସିହାରେ ସିଆର୍ପିଏଫ୍ରେ ଯୋଗଦାନ କରିଥିଲେ। ସେ ଗତ ୨୦୦୮ ମସିହା ଅଗଷ୍ଟ ୨୯ ତାରିଖରେ ଛତିଶଗଡ ରାଜ୍ୟର ବସ୍ତର ଜିଲ୍ଲା ସ୍ଥିତ କୁଣ୍ଡଗାଓଁ ଗ୍ରାମଠାରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍ ବିସ୍ପୋରଣରେ ଶହୀଦ ହୋଇଥିଲେ। ଆକିର ଏହି ଫଟୋଚିତ୍ର ଅନାବରଣ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଆଦର୍ଶ ଥାନାର ଥାନା ଅଧିକାରୀ ପ୍ରଶାନ୍ତ କୁମାର ପାତ୍ର, ସବଇନ୍ସପେକ୍ଟର ପ୍ରଦୀପ କୁମାର ପାତ୍ର ,ବୁଦ୍ଧରାଏ ମାଝୀ ଓ ଏ ଏସ୍ ଆଇ ଡିଲେଶ୍ୱର ପ୍ରଧାନଙ୍କ ସମେତ ବହୁ ପୁଲିସ କର୍ମଚାରୀ ଉପସ୍ଥିତ ଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories