www.samajalive.in
Sunday, December 7, 2025
23.1 C
Bhubaneswar

ମାଛ ମାରୁଥିବା ବେଳେ ହାତରେ ଫୁଟିଲା ଡାଇନାମାଇଟ : ଛିଣ୍ଡିଗଲା ମତ୍ସ୍ୟଜୀବୀଙ୍କ ହାତ ପାପୁଲି

ଦେବଗଡ : ମାଛ ଧରିବା ପାଇଁ ପାଣିରେ ଡାଇନାମାଇଟ ଖଞ୍ଜୁଥିବା ସମୟରେ ଏହା ଫୁଟିଯିବାରୁ ଜଣେ ମତ୍ସ୍ୟଜିବୀଙ୍କର ଡାହାଣ ହାତର ପାପୁଲିଟି ସମ୍ପୂର୍ଣ୍ଣ ଭାବେ ଛିଣ୍ଡି ଯାଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ, ରିଆମାଳ ବ୍ଲକ ନୂଆଁଗାଁ ପଂଚାୟତ ଅନ୍ତର୍ଗତ ପୋଡାଡିହୀ ଗ୍ରାମର ସ୍ୱର୍ଗତ ମାଧବ ପେଣ୍ଠେଇଙ୍କ ପୁଅ ଭୀଷ୍ମ ପେଣ୍ଠେଇ(୪୫) ଆଜି ସକାଳେ ମାଛ ମାରିବାକୁ ନିକଟସ୍ଥ ରେଙ୍ଗାଳି ଡ୍ୟାମ ଜଳ ଭଣ୍ଡାର(ବ୍ରହ୍ମଣୀ ନଦୀ)କୁ ଯାଇଥିଲେ। ତେବେ ମାଛ ଧରିବା ପାଇଁ ସେ ପାଣିରେ ଡାଇନାମାଇଟ ଖଞ୍ଜୁଥିବାବେଳେ ଏହା ତାଙ୍କ ହାତରେ ଫୁଟିଯିବା ସହ ତାଙ୍କର ଡାହାଣ ହାତର ପାପୁଲିଟି ସମ୍ପୂର୍ଣ୍ଣ ଭାବେ ଛିଣ୍ଡିଯାଇଥିଲା। ବିଷ୍ପୋରଣ ଶବ୍ଦ ଶୁଣି ଆଖପାଖ ଅଂଚଳରେ ଥିବା ଗ୍ରାମବାସୀମାନେ ସେଠାକୁ ଆସି ଭୀଷ୍ମଙ୍କର ହାତ ପାପୁଲିଟି ଛିଣ୍ଡି ଯାଇଥିବା ଦେଖିବାକୁ ପାଇଥିଲେ। ଏ ସମ୍ପର୍କରେ ସେମାନେ ତାଙ୍କ ସ୍ତ୍ରୀ ମିଲି ପେଣ୍ଠେଇଙ୍କୁ ଜଣାଇବାପରେ ଚିକିତ୍ସା ନିମନ୍ତେ ତାଙ୍କୁ ଦେବଗଡ଼ ଜିଲା ମୂଖ୍ୟ ଚିକତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ମାତ୍ର ଅବବସ୍ଥା ଗୁରତର ଥିବାରୁ ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ପ୍ରାୟ ୨ ବର୍ଷ ପୂର୍ବେ ଭୀଷ୍ମ ଅନୁଗୁଳ ଜିଲାର ଏନଟିପିସିରେ ପଥର ଖଣିରେ କାର୍ଯ୍ୟ କରୁଥିବା ବେଳେ ସେଠାରୁ ୨ଟି ଡାଇନାମାଇଟ ଆଣିଥିଲେ ଆଜି ଏଥିରୁ ଗୋଟିଏକୁ ମାଛ ମାରିବା କାର୍ଯ୍ୟରେ ବ୍ୟବହାର କରୁଥିବାବେଳେ ଏଭଳି ଅଘଟଣ ଘଟିଛି ବୋଲି ଆହତ ମତ୍ସ୍ୟଜୀବୀ ଭୀଷ୍ମ ପ୍ରକାଶ କରିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories