www.samajalive.in
Friday, December 5, 2025
23.1 C
Bhubaneswar

ସିରିଝୁଲି ପଞ୍ଚାୟତବାସୀଙ୍କ ପିଛା ଛାଡ଼ୁନି କରୋନା, ବିଜୟପୁର ପରେ ରେଙ୍ଗାଳପଦର ପାଳି

ରାୟଗଡ଼ା: କରୋନା ସଂକ୍ରମଣ ଥମିବାର ନାଁ ନେଉନାହିଁ। ରାୟଗଡ଼ା ଜିଲାରେ ଦିନକୁ ଦିନ ବିସ୍ଫୋରକ ସ୍ଥିତିରେ ଆଗକୁ ମାଡି ଚାଲିଛି ସଂକ୍ରମଣ। ଗୁଣୁପୁର ବ୍ଲକର ସିରିଝୁଲି ପଞ୍ଚାୟତ ଅନ୍ତର୍ଗତ ବିଜୟପୁର ଗ୍ରାମ କରୋନା ହଟସ୍ପଟ ପାଲଟିଥିଲା। ଆଉ ଏବେ ଏହି ପଞ୍ଚାୟତର ରେଙ୍ଗାଳପଦର ଗାଁରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବିଶେଷ କରି ସିରିଝୁଲି, ଆମ୍ବଗୁଡା, ରେଙ୍ଗାଳପଦର, ବିଜୟପୁର, ପଗଡ଼ବିଲ ପ୍ରଭୃତି ଅଞ୍ଚଳରେ ସଂକ୍ରମଣ ବୃଦ୍ଧି ଯୋଗୁଁ କୋକୁଆ ଭୟ ସୃଷ୍ଟି ହୋଇଛି।

ଗୁଣୁପୁର ନିର୍ବାଚନ ମଣ୍ଡଳୀର ଗୁଣୁପୁର, ପଦ୍ମପୁର, ଗୁଡାରି ଓ ରମାନଗୁଡା ବ୍ଲକରେ ଧୀରେ ଧୀରେ ସଂକ୍ରମଣ ବଢ଼ିବାରେ ଲାଗିଛି। ବିଶେଷ କରି ଆଦିବାସୀ ଅଧ୍ୟୁଷିତ ଏହି ଅଞ୍ଚଳରେ ବ୍ୟାପକ ସଚେତନତା ଅଭାବରୁ ଲୋକେ ମାସ୍କ ପରିଧାନ, ସାମାଜିକ ଦୂରତା, ସାନିଟାଇଜର ବ୍ୟବହାର ସମ୍ପର୍କରେ ଏବେବି ଅଜ୍ଞ ଅଛନ୍ତି । ତେଣୁ କରୋନା ଧୀରେ ଧୀରେ ତାର କାୟା ବିସ୍ତାର କରି ଆଗକୁ ବଢ଼ିବାରେ ଲାଗିଛି।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories