BJD Bijuli 480×75 Mob

ରୟତି ଜମିରେ କଂକ୍ରିଟ ରାସ୍ତା ନିର୍ମାଣକୁ ନେଇ ବିଡ଼ିଓଙ୍କୁ ଅଭିଯୋଗ

BJD Bijuli 480×75 Mob

ଦେଓଗାଁ: ସରକାରୀ ଜାଗାକୁ ଛାଡ଼ି ରୟତି ଜାଗାରେ ଘର ବାଡ଼ି କି କଂକ୍ରିଟ ରାସ୍ତା ନିର୍ମାଣ କରିବାର ପୂରୁଣା ଅଭ୍ୟାସ ଛାଡ଼ି ପାରୁନି ଦେଓଗାଁ ବ୍ଲକ ପ୍ରଶାସନ। ପୂର୍ବରୁ ରୟତି ଜମିରେ ଅଙ୍ଗନୱାଡ଼ି ଘର ନିର୍ମାଣ କରି ଜମି ମାଲିକଙ୍କୁ ଘର ଛାଡ଼ି ଦେଇଥିବା ବେଳେ କୁଲତାପଡ଼ା ପଞ୍ଚାୟତର ସରପଞ୍ଚଙ୍କ ଖଳାକୁ ଯିବା ରୟତି ରାସ୍ତାକୁ କଂକ୍ରିଟ କାମ କରି ଚର୍ଚ୍ଚାକୁ ଆସିଥିଲେ କୁଲତାପଡ଼ା ସରପଞ୍ଚ। ଏବେ ପୁଣି ହାତୀସରା ପଞ୍ଚାୟତରେ ଥିବା ଏକ ରୟତି ରାସ୍ତାରେ ପଞ୍ଚାୟତ କତ୍ତୃପକ୍ଷ କଂକ୍ରିଟ କରିବା ପାଇଁ ସାମଗ୍ରୀ ଗଦାଇ କାମ ଆରମ୍ଭ କରିବାରୁ ଜମି ମାଲିକ ମଙ୍ଗଲବାର ଦିନ ଦେଓଗାଁ ବିଡ଼ିଓଙ୍କ ଦ୍ବାରସ୍ଥ ହୋଇଥିବା ଜଣାପଡ଼ିଛି।

ଦେଓଗାଁ ବ୍ଲକ ହାତୀସରା ଗାଁ ଜଗମୋହନ ରାଏ ଦେଓଗାଁ ବିଡ଼ିଓଙ୍କ ଠାରେ ଅଭିଯୋଗ କରିଛନ୍ତି ଯେ, ହାତୀସରା ପଞ୍ଚାୟତ ପକ୍ଷରୁ ଗାଁର ଉପରପଡ଼ା ଠାରୁ ଶିବ ମନ୍ଦିର ପର୍ଯ୍ୟନ୍ତ ନିର୍ମାଣ କରାଯାଉଥିବା କଂକ୍ରିଟ ରାସ୍ତାଟି ତାଙ୍କ ରୟତି ଜମି ଉପରେ ହେଉଛି। ଯାହାକି, ହାତୀସରା ମୌଜାର ଖାତା ନଂ ୫୬ର ପ୍ଲଟ ନଂ ୧୧୮, ବେର୍ଣ୍ଣା ମାମୁଲି ରହିଛି। ଯାହାକୀ ଗତ ଜୁନ ମାସରେ ଡ଼ିମାରକେସନ୍‌ କରାଯାଇଛି। ଏଣୁ ଏହି ରାସ୍ତା କାମ ବନ୍ଦ କରିବାକୁ ବିଡ଼ିଓଙ୍କ ଠାରେ ଲିଖିତ ଭାବେ ଜଣାଇଛନ୍ତି।

ସୂଚନା ଯୋଗ୍ୟ ଯେ, ଦେଓଗାଁ ବ୍ଲକର ହାତୀସରା ପଞ୍ଚା‌ୟତରେ ହେଉଥିବା ଉନ୍ନୟନମୂଳକ କାମକୁ ନେଇ ଗ୍ରାମବାସୀ ଓ ପଞ୍ଚାୟତ କତ୍ତୃପକ୍ଷଙ୍କ ମଧ୍ୟରେ ବିଭିନ୍ନ ସମୟରେ ବିବାଦ ଦେଖାଯାଉଛି। ଏହି ପଞ୍ଚାୟତରେ ହେଉଥିବା କାମ ଗୁଡ଼ିକ ଠିକା ଭାଗବଣ୍ଟା, ରାଜନୈତିକ କର୍ମୀଙ୍କ ମଧ୍ୟରେ ଛିଡ଼ୁନଥିବାରୁ ଏପରି ଅବ୍ୟବସ୍ଥା ଲାଗିରହିଥିବା ଲୋକଙ୍କ ମଧ୍ୟରେ ଆଲୋଚନା ହେଉଛି। ଏହି ଶିବ ମନ୍ଦିର ରାସ୍ତା କଂକ୍ରିଟ କରଣ ପାଇଁ ଗୋଟିଏ ଗୋଷ୍ଠୀ କିଛି ତଳେ ବଲାଙ୍ଗୀର ବିଧାୟକ ଓ ପୂର୍ବ ସାଂସଦଙ୍କୁ ଭେଟି ଅନୁଦାନ ଯୋଗାଇ ଦେବା ପାଇଁ ଗୁହାରୀ କରିଥିଲେ। ହେଲେ ରାସ୍ତା ନିର୍ମାଣ ପାଇଁ ଆସିଥିବା ଅନୁଦାନର ଠିକାକାମକୁ ନେଇ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏଣୁ ରୟତି ରାସ୍ତା ଉପରେ କଂକ୍ରିଟକରଣ ନ କରି ଡ଼ିମାର୍କେସନ୍‌ କରି ରାସ୍ତା ନିର୍ମାଣ କରିବାକୁ ଦାବୀ ହେଉଛି।

Comments are closed.