www.samajalive.in
Sunday, December 14, 2025
23.1 C
Bhubaneswar

ଦେଓଗାଁ ପୁଲିସର ସଫଳତା: ୨ ବାଇକ, ୨ ମୋବାଇଲ ଫୋନ ଓ ଟଙ୍କା ସହ ୩ ଲୁଟେରା ଗିରଫ

ଦେଓଗାଁ: କିଛି ମାସ ହେଲା ଦେଓଗାଁ ଓ ତୁଷୁରା ଥାନା ଅଞ୍ଚଳରେ ଡକାୟତି କରୁଥିବା ୩ ଲୁଟେରାକୁ ଦେଓଗାଁ ପୁଲିସ ଗିରଫ କରିବା ସହ ଲୁଟେରାମାନଙ୍କ ନିକଟରୁ ୨ବାଇକ, ୨ମୋବାଇଲ ଫୋନ ସହ ୧୯ଶହ ଟଙ୍କା ଜବତ କରି ଦେଓଗାଁ ଥାନା କେସ ନମ୍ବର ୧୯୩/୧୭।୧୨।୨୧ରେ ଦଫା ୩୯୪ ରୁଜୁ କରି ସୋମବାର କେର୍ଟ ଚାଳାଣ କରାଯାଇଥିବା ଜଣାପଡ଼ିଛି।

ଦେଓଗାଁ ଥାନା ଆଇଆଇସି ବାମଦେବ ଶଙ୍ଖୁଆଳ ଶନିବାର ଦିନ କରିଥିବା ପ୍ରେସମିଟରୁ ଜଣାପଡ଼ିଛି ଯେ, ଦେଓଗାଁ ଥାନା ଫଟାମୁଣ୍ଡା ଗାଁର ସୁରୁ ନନ୍ଦଙ୍କ ଦୁଇ ପୁଅ ରୋହିତ ନନ୍ଦ, ଯୋହିତ ନନ୍ଦ ଓ ଦେଓଗାଁ ଥାନା ଲୁହୁରେନପାଲି ଗାଁ ଭାଷ୍କର ନନ୍ଦର ପୁଅ ଅଗ୍ନୀ ନନ୍ଦ କିଛି ଦିନ ହେଲା ଦେଓଗାଁ ଓ ତୁଷୁରା ଥାନା ଅଞ୍ଚଳରେ ବିଭିନ୍ନ ଫାଇନାନ୍ସ କମ୍ପାନୀରେ କାର୍ଯ୍ୟରତ କର୍ମଚାରୀମାନଙ୍କ ଠାରୁ ଡକାୟତି କରୁଥିଲେ। ତୁଷୁରା ଥାନା ୫୨/୨୧ରେ ମହିପୁର ରାସ୍ତାରେ ଜ‌ଣଙ୍କ ଠାରୁ ଟିଭିଏସ ସ୍କୁଟି ସହ ଟଙ୍କା ଲୁଟି ନେଇଥିଲେ।

- Advertisement -

ସେହିପରି ତୁଷୁରା ଥାନା ଅଧିନରେ କେଷ ନମ୍ବର ୮୨/୨୧ରେ ଦେଓଗାଁ ବ୍ଳକ ଅଏଁଲାପାଲି ଛକ ନିକଟରୁ ଡକାୟତି, ଦେଓଗାଁ ଥାନା କେଷ ନମ୍ବର ୭୭/୨୧ରେ ଚିକଲବାହାଲ–ବିଡିଘାଟ ରାସ୍ତାରେ ଟଙ୍କା ଲୁଟ ଓ କେ‌ଷ ନମ୍ବର ୧୧୫/୨୧ରେ ଲୁହୁରେନପାଲି ଛକରେ ୨୭ହଜାର ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାର ଅନୁସନ୍ଧାନ କରି ଦେଓଗାଁ ପୁଲିସ ଉପରୋକ୍ତ ୩ ଜଣଙ୍କୁ ଗିରଫ କରି ତାଙ୍କ ଠାରୁ ଦୁଇଟି ବାଇକ ସହ ୨ଟି ଫୋନ ଓ ୧୯ ଶହ ଟଙ୍କା ଜବତ କରିଥିବା ଜଣାପଡ଼ିଛି। ଦେଓଗାଁ ଥାନାର ଏସଆଇ ମନୋଜ ମୁଣ୍ଡା ତଦନ୍ତ ଦାୟିତ୍ବ ନେଇଥିବା ଜଣାପଡ଼ିଛି।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories