www.samajalive.in
Sunday, December 14, 2025
23.1 C
Bhubaneswar

ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଗୋପବନ୍ଧୁ ଦାସଙ୍କ ଗୋପାଳପୁର ଗସ୍ତ

ଗୋପାଳପୁର: ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଡ଼ ଗୋପବନ୍ଧୁ ଦାସ ଶନିବାର ଗୋପାଳପୁର ଏନ୍ ଏ ଅଞ୍ଚଳ ଗସ୍ତ କରିବା ସହ ସ୍ଥାନୀୟ ରାଜନୈତିକ ବ୍ୟକ୍ତିବିଶେଷଙ୍କ ସହ ଆଲୋଚନା ପୂର୍ବକ ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ ସହ ମୃତକଙ୍କ ପରିବାର ସଦସ୍ୟଙ୍କୁ ଭେଟି ସମବେଦନା ଜଣାଇଥିବା ଜଣାପଡିଛି। ଡଃ ଦାସ ଗୋପାଳପୁରରେ ଥିବା ନୋଡାଲ ଉଚ୍ଚ ବିଦ୍ୟାଳୟ ସହ ଗୋପାଳପୁର ବାଳିକା ବିଦ୍ୟାଳୟ ପରିଦର୍ଶନରେ ଯାଇ ବିଦ୍ୟାଳୟରେ ଥିବା ବିଭିନ୍ନ ଅଭାବ ଅସୁବିଧା ନେଇ ଆଲୋଚନା କରିବା ସହ ବିଦ୍ୟାର୍ଥୀମାନଙ୍କ ସହ ପାଠପଢା ନେଇ ପଚାରି ବୁଝିଥିଲେ। ଏହା ସହ ଛାତ୍ରଛାତ୍ରୀମାନେ ପଢ଼ିଲେ କେବଳ ନିଜର ଭବିଷ୍ୟତ ଉଜ୍ଜ୍ୱଳ କରିବେ, ଦେଶର ସୁନାଗରିକ ଭାବେ ଗଢ଼ି ଉଠିବେ ତା ନୁହେଁ ବରଂ ଆଗାମୀ ପିଢ଼ିକୁ ମଧ୍ୟ ଶିକ୍ଷିତ ଓ ସଂସ୍କାରିତ କରି ପାରିବେ ବୋଲି ବିଦ୍ୟାର୍ଥୀମାନଙ୍କୁ ପରାମର୍ଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ବାଳିକା ଶିକ୍ଷାକୁ ବେଶ୍ ଉତ୍ସାହିତ କରୁଛନ୍ତି, ବିଭିନ୍ନ ସୁବିଧା ସୁଯୋଗ ଛାତ୍ରଛାତ୍ରୀମାନଙ୍କୁ ଯୋଗାଇ ଦେଉଛନ୍ତି।

ଛାତ୍ରଛାତ୍ରୀମାନେ ତାହାର ସୁଯୋଗ ନେବାକୁ ବୁଝାଇଥିଲେ। ସ୍କୁଲର ସୁବିଧା, ପାଠପଢ଼ା ଆଦି ବିଷୟରେ ଡ. ଦାସ ପଚାରି ବୁଝିବା ସାଙ୍ଗକୁ କୋଭିଡ କଟକଣା ଅନୁପାଳନ ସକାଶେ ଉପଦେଶ ଦେଇଥିଲେ। ଏହି ସମୟରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ପରିଚାଳନା କମିଟି କର୍ମକର୍ତ୍ତା ଉପସ୍ଥିତ ଥିଲେ। ଏହା ପରେ ଡ଼ ଦାସ ଗତ ୮ ତାରିଖରେ କଟକରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ବରଣ କରିଥିବା ନୂଆସାହି ନିବାସୀ ଭି ରାମକ୍ରିଷ୍ଣା ଏବଂ ରେଉସାହିରେ ଗତ ୭ ତାରିଖରେ କରତ ଭାଙ୍ଗି ଛାତିରେ ପସି ଯିବାରୁ ମୃତ୍ୟୁ ବରଣ କରିଥିବା ପି ପରମେଶ୍ବର ରାଓଙ୍କ ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣାଇବା ଯଥା ସମ୍ଭବ ସରକାରୀ ସହାୟତା ପ୍ରଦାନ ନିମନ୍ତେ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି ଗସ୍ତ ସମୟରେ ପୂର୍ବତନ ଅଧ୍ୟକ୍ଷ ତଥା ବିଜେଡି ନଗର ସଭାପତି ଏ ଜାନକୀ ରାମ, ଇ.ଲୋକନାଥ, ଜି ମୋହନ ରାଓ, ଏମ ଚନ୍ଦ୍ରଶେଖର, ବି କ୍ରିଷ୍ଣା, ଜି ଗୋପାଳ କ୍ରିଷ୍ଣା, ଲକ୍ଷ୍ମଣ ରାଓ‌ ପ୍ରମୁଖ ଉପସ୍ଥିତ ରହିଥିଲେ।

Hot this week

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

ଭାରତ ଉପରେ ୫୦% ବାଣିଜ୍ୟିକ ଶୁଳ୍କକୁ ବିରୋଧ

ଶୁଳ୍କ ପ୍ରତ୍ୟାହାର ପ୍ରସ୍ତାବ ଆଣିଲେ ୩ ସିନେଟର ୱାଶିଂଟନ : ଆମେରିକା ରାଷ୍ଟ୍ରପତି...

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

Related Articles

Popular Categories