www.samajalive.in
Sunday, December 14, 2025
26.1 C
Bhubaneswar

କମ୍ୟୁନିଷ୍ଟ ପାର୍ଟିର ସଂକଳ୍ପ ଦିବସ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଆମ୍ବତୋଟା ଠାରେ ଭାରତର କମ୍ୟୁନିଷ୍ଟ ପାର୍ଟି ସି.ପି.ଆଇ. (ଏମ.ଏଲ) ଲିବରେସନ, ଆଦିବାସୀ ସଂଘର୍ଷ ମୋର୍ଚ୍ଚା ଓ ଡଙ୍ଗରିଆ କନ୍ଧ ମାନଙ୍କ ତରଫରୁ ଗରିବ ଲୋକଙ୍କ ପାଇଁ ଲଢେଇ କରୁଥିବା କମ୍ରେଡ ବିନୋଦ ମିଶ୍ରଙ୍କ ୨୩ ତମ ଶ୍ରଦ୍ଧାଞ୍ଜଳି ଦିବସ ପାଳନ କରାଯାଇଛି । ରାଜ୍ୟ କମିଟି ସଦସ୍ୟ ରାମଚନ୍ଦ୍ର ପ୍ରାସ୍କାଙ୍କ ନେତୃତ୍ୱରେ ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ । ଏଥିରେ କମ୍ରେଡ ବିନୋଦ ମିଶ୍ରଙ୍କ ୨୩ ତମ ସୃତି ଦିବସ ପାଳନ କରୁଥିବା ବେଳେ ତାଙ୍କର ଧାରାତ୍ମକ ରୂପେ ସାହାସି ସାଂଗଠନିକ ରୂପେ ଶକ୍ତିଶାଳୀ ସୃଜନଶୀଳ ଆରମ୍ବ ଓ ଜନ ସାଧାରଣ ଆନ୍ଦୋଳନ କୁ ଆଗକୁ ବଢ଼ାଇବା ପାଇଁ ସି. ପି.ଆଇ. ଏମ.ଏଲ ଲିବରେସନ ରାଜ୍ୟ କମିଟି ସଦସ୍ୟ ପ୍ରାସ୍କା ସଂଘର୍ଷ କରିବା ପାଇଁ ଆହ୍ବ।ନ ଦେଇଛନ୍ତି । ଫାଶୀବାଦ ବିରୁଦ୍ଧରେ ଲଢ଼େଇକୁ ତୀବ୍ର କରନ୍ତୁ, କୃଷକ ଆନ୍ଦୋଳନର ଐତିହାସିକ ବିଜୟକୁ ଆହୁରି ଶକ୍ତିଶାଳୀ କରିବାକୁ ଆହ୍ବ।ନ ଦେଇଛନ୍ତି । କୋବିଡ଼ ମହାମାରୀ କୁ ଆଳ ବା ଚାଲବାଜି କରି ମୋଦି ସରକାର ସଂସଦରେ ତିନି କୃଷି ଆଇନ ପାସ କରାଇ ନେଇଥିଲେ । ଏହି ଆଇନ ସାହାଯ୍ୟରେ କୃଷି ବ୍ୟବସ୍ଥାକୁ ବଡ ବଡ କମ୍ପାନୀ ହାତରେ ଟେକି ଦେବାପାଇଁ ଉଦ୍ୟମ କରିଥିଲେ ।ଏକ ବର୍ଷ ଆନ୍ଦୋଳନ ଚଳାଇ କୃଷକ ମାନେ ନୂଆ ଇତିହାସ ସୃଷ୍ଟି କରିଥିବା ବିଷୟରେ କହିଥିଲେ ।ଏଥିରେ ଜିଲା କମିଟି ସଦସ୍ୟ ଲୋକନାଥ ନାଉରି, ବୃନ୍ଦାବନ ଗୁନା, ମୂର୍ତ୍ତି ମିଣୀଆକା,ଆଛାନା ମାଣ୍ଡାଙ୍ଗି, ଛବିଲାଲ ହିଆଲ, ମେଦିରି ଗରଡ଼ିଆ, ରାମାରାଓ କୁତ୍ରୁକା, ଚୈତନ୍ୟ ଗରଡ଼ିଆ, ମାଙ୍ଗା ନିମାଲପୁରୀ, ରାମମୁର୍ତି ବାପାଡାମ, ଚନ୍ଦ୍ରହଂ।ସ ରେଙ୍ଗିଡି ପ୍ରମୁଖ ଉପସ୍ଥିତ ଥିଲେ ।

 

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories