ବେଗୁନିଆ: ବେଗୁନିଆ ତହସିଲ ଅଞ୍ଚଳରେ ପଥର ଚୋରା ଚାଲାଣ ନିତିଦିନିଆ ଘଟଣାରେ ପରିଣତ ହୋଇଛି।ମାଫିଆମାନେ ତହସିଲଦାର ଏବଂ କର୍ମଚାରୀମାନଙ୍କର ଗତିବିଧି ଉପରେ ଲକ୍ଷ ରଖି ଦିନରାତି ବେଆଇନ ଭାବେ ପଥର କାଟି ଚୋରା ଚାଲାଣ କରୁଛନ୍ତି ।ଆଜି ଦେଉଳି ପଞ୍ଚାୟତ ଅନ୍ତର୍ଗତ ଓଗାଳପୁର ଗ୍ରାମରେ ଥିବା ଏକ ବେଆଇନ ପଥର ଖଣିରୁ ପାୱାର ଟିଲରରେ ପଥର କଟାଯାଉଥିବାର ଖବର ପାଇ ତହସିଲଦାର ପୃଥ୍ୱୀରାଜ ମଣ୍ଡଳ ଏବଂ କାର୍ଯ୍ୟାଳୟର କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ପଥର ଖୋଳା ଯାଉଥିବା ସମୟରେ ଦୁଇଟି ପାୱାର ଟିଲର ଜବତ କରି କାର୍ଯ୍ୟାଳୟରେ ଆଣି ରଖିଛନ୍ତି।
Popular Categories



