www.samajalive.in
Saturday, December 6, 2025
23.1 C
Bhubaneswar

ବନ୍ଧପଡାରେ ନୂଆ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ

ଦେଓଗାଁ : ଦେଓଗାଁ ବ୍ଳକ ଅନ୍ତର୍ଗତ ବନ୍ଧପଡା ସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ବୁଧୁବାର ୧୨ ଟାରେ ରେ ନୂଆ ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଜିତେନ୍ଦ୍ରିୟ ପ୍ରଧାନଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଦେଓଗାଁ ବ୍ଳକ ଅଧ୍ୟକ୍ଷ ଦୟାନିଧି ଖମାରୀ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ସହକାରୀ ଶିକ୍ଷା ଅଧିକାରୀ ଅଜିତ ମିଶ୍ର ,ବନ୍ଧପଡା ସରପଞ୍ଚ ଗୋପାଳ ଚନ୍ଦ୍ର ମିଶ୍ର, ମୋ ସ୍କୁଲ ଅଧକ୍ଷ ଅଚ୍ୟୁତ ମିଶ୍ର ଯୋଗ ଦେଇ ଥିଲେ।
ରାଜ୍ୟ ସରକାର କଲେଜ ସ୍ତରରେ ସାମାଜିକ, ସାଂସ୍କୃତିକ, କ୍ରୀଡାର ବିକାଶ କରି ପିଲାଙ୍କ ଭିତରେ ଥିବା ଅନ୍ତ ନିହିତ କଳା ଆଣିବାର ଯେଉଁ ପ୍ରୟାସ କରିଛନ୍ତି ତାହା ଗାଁ ଗାଁରେ ପରିଚିତ ହେବ ବାଳିକା ଶିକ୍ଷାକୁ ଗୁରୁତ୍ୱ ଦେଇ ବାଲ୍ୟ ବିବାହକୁ ବନ୍ଦ କରିବା ଦିଗରେ ପଦକ୍ଷେପ ନେବାକୁ ଅତିଥିମାନେ ମତ ଦେଇଥିଲେ। ଓଡ଼ିଆ ଅଧ୍ୟାପକ ବିକାଶ ଶତପଥୀ ଅତିଥି ପରିଚୟ ପ୍ରଦାନ କରି ସଂଯୋଜନା କରିଥିବା ବେଳେ ଇଂରାଜୀ ଅଧ୍ୟାପକ ନିତ୍ୟାନନ୍ଦ ସିଦ୍ଧାର୍ଥ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବା ପାଇଁ ଅଧ୍ୟାପକ ରାଜେଶ ସାହୁ,ଭାଗ୍ୟବତୀ ନାୟକ,ରୋହିତ ଗଡ଼ତ୍ୟା,ସସ୍ମିତା ବାଗ, ଶିକ୍ଷକ କିଶୋର ଚନ୍ଦ୍ର ମେହେର, ରାଜୁ ନାଗ,ନୀଳକଣ୍ଠ ଶାଣ୍ଢ, ରଞ୍ଜିତା ସାହୁ, ମନରଞ୍ଜନ ନାଏକ,ଦେବାଶିଷ ବିଶ୍ୱାଳ, ଭବାନୀ ଶଙ୍କର ସାହୁ, ସଂଜୀପ ପାଣିଗ୍ରାହୀ, ଗିରିଶ ମିଶ୍ର ସହଯୋଗ କରିଥିଲେ।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories