www.samajalive.in
Friday, December 12, 2025
14.1 C
Bhubaneswar

ଟିକସ ବୋଝ ନୁହେଁ, ଏକ ଅବଦାନ – ନିର୍ମଳା ସୀତାରମଣ

ଧାରୱାଡ଼୍‍: ବିମୁଦ୍ରାୟନ ଏବଂ ଜି.ଏସ୍‍.ଟି. ଡିଜିଟିକରଣକୁ ପ୍ରୋତ୍ସାହିତ କରିଛି ଓ ଏହା ଦେଶକୁ ମୁକ୍ତ ଏବଂ ସ୍ୱଚ୍ଛ ଅର୍ଥନୀତି ଆଡ଼କୁ ଆଗେଇ ନେବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ଶନିବାର ଧାରୱାଡ଼୍‍ଠାରେ ଜାତୀୟ ଟିକସ କ୍ଷେତ୍ର ଆଇନଜୀବୀ ଦିବସ ଅବସରରେ ଆୟୋଜିତ ଏକ ସମାବେଶରେ ଉଦବୋଧନ ଦେଇ ଅର୍ଥମନ୍ତ୍ରୀ କର ଏକ ବୋଝ ନୁହେଁ, ବରଂ ରାଷ୍ଟ୍ର ନିର୍ମାଣ, ଗରିବ ଜନସାଧାରଣଙ୍କ ମୌଳିକ ଆବଶ୍ୟକତା ପୂରଣ ଏବଂ ଜଳବାୟୁ ପରିବର୍ତ୍ତନର ମୁକାବିଲା ଦିଗରେ ଏକ ଅବଦାନ ବୋଲି କରଦାତାମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାପାଇଁ ପରାମର୍ଶ ଦେଇଛନ୍ତି।

ସେ କହିଛନ୍ତି, ଅର୍ଥନୀତିର ଡିଜିଟିକରଣ ଦ୍ୱାରା ଗୋଟିଏ ପଟେ ବେଆଇନ ଅର୍ଥ କାରବାରର ମୂଳ ଚେର ପର୍ଯ୍ୟନ୍ତ ପହଞ୍ଚିବା ସମ୍ଭବ ହୋଇପାରୁଛି ଏବଂ ଅନ୍ୟପକ୍ଷରେ ଦୋହରା ଟିକସରୁ କରଦାତା ମୁକ୍ତି ପାଇପାରୁଛନ୍ତି। ଆୟ ଓ ସମ୍ପତ୍ତିର ସଚ୍ଚୋଟଭାବେ ଘୋଷଣା କରି ଆମ ଦେଶର ଆର୍ଥିକ ସ୍ୱାଧୀନତାକୁ ନିଜ ନିଜର ଅବଦାନ ଦେବାପାଇଁ ସେ କରଦାତାମାନଙ୍କୁ ଆହ୍ୱାନ କରିଛନ୍ତି।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories