www.samajalive.in
Sunday, December 7, 2025
26.1 C
Bhubaneswar

ଗୁରୁ ରବିଦାସ ମନ୍ଦିର ବିବାଦ : ତୁଗଲକାବାଦରେ ପଥର ଫିଙ୍ଗା, ପୁଲିସର ଫାଙ୍କା ଗୁଳିଚାଳନା

ନୂଆଦିଲ୍ଲୀ :  ଦିଲ୍ଲୀର ତୁଗଲକାବାଦ ଅଞ୍ଚଳରେ ଶ୍ରୀ ଗୁରୁ ରବିଦାସ ମହାରାଜ ଜୀ’ଙ୍କ ମନ୍ଦିର ଭଙ୍ଗା ବିବାଦ ଅଧିକ ଜଟିଳ ହେବାରେ ଲାଗିଛି । ଅସନ୍ତୁଷ୍ଟ ଦଳିତ ସମାଜର ଲୋକେ ବୁଧବାର ରାମଳୀଲା ମୈଦାନରେ ରାଲି କରିବା ପରେ ତୁଗଲକାବାଦରେ ପହଞ୍ଚି ପଥର ଫିଙ୍ଗିଛନ୍ତି । ଫଳରେ ଲୋକଙ୍କୁ ନିୟନ୍ତ୍ରଣକୁ ଆଣିବା ପାଇଁ ପୁଲିସକୁ କେତେ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରିବାକୁ ପଡ଼ିଛି ।

ପରିସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ ଘଟଣାସ୍ଥଳରେ ବ୍ୟାପକ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି ।

- Advertisement -

ପ୍ରକାଶ ଯେ ଗୁରୁ ରବିଦାସ ମନ୍ଦିର ବୋର୍ଡ ଏବଂ ଡିଡିଏ ମଧ୍ୟରେ ବିବାଦ କୋର୍ଟରେ ପହଞ୍ଚିଥିଲେ । କୋର୍ଟରେ ମାମଲାକୁ ଜିତିବା ପରେ ଦିଲ୍ଲୀ ପ୍ରଶାସନ ମନ୍ଦିରକୁ ଭାଙ୍ଗି ଦେଇଛି । ମନ୍ଦିର ଭଙ୍ଗାକୁ ନେଇ ଏବେ ନୂଆ ବିବାଦ ଆରମ୍ଭ ହୋଇଛି । ଅଗଷ୍ଟ ୧୦ରେ ଏହାକୁ ନେଇ ପଞ୍ଜାବର ବିଭିନ୍ନ ସ୍ଥାନରେ ଲୋକେ ରାସ୍ତାକୁ ଓହ୍ଲାଇ ବିରୋଧ ପ୍ରଦର୍ଶନ କରିଥିଲେ । କେତେକ ସ୍ଥାନରେ ଲୋକେ ବିରୋଧ ପ୍ରଦର୍ଶନ ବେଳେ ଭଙ୍ଗାରୁଜା କରିଥିଲେ । ଅଖିଳ ଭାରତୀୟ ଆଦି ଧର୍ମ ମିଶନର ମୁଖ୍ୟ ସନ୍ତ ସତବିନ୍ଦର ହୀରା, ମୁଖ୍ୟ ପ୍ରଚାରକ ସନ୍ତ ଜୋଗିନ୍ଦର ପାଲ, ସନ୍ତ ଦୟାଲ ଚନ୍ଦ, ସନ୍ତ କରତାର ଚନ୍ଦ ଏବଂ ଆଞ୍ଚଳିକ କମିଟିର ସଦସ୍ୟ ପ୍ରମୁଖ ମନ୍ଦିର ଭଙ୍ଗାକୁ ବିରୋଧ କରିଛନ୍ତି ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories