ଗୁଣୁପୁର : ବସରେ ପ୍ରସବ କଲେ ମହିଳା। ଗୁଣୁପୁର ଉପଖଣ୍ଡ ମେଡିକାଲରେ ପ୍ରସବ କରିଥିବା ମହିଳାଙ୍କୁ ପହଞ୍ଚାଇଲା ଏକ ଘରୋଇ ବସ। ଶ୍ରୀ ଜଗନ୍ନାଥ ବସ୍ ପାରଳାଖେମୁଣ୍ଡିରୁ ପାପାଡାହାଣ୍ଡି ଯାଉଥିଲା । ଏଥିରେ ଅନେକ ଯାତ୍ରୀ ଥିଲେ । ପାରଳାଖେମୁଣ୍ଡିରୁ ବସ୍ ଆସୁଥିବାବେଳେ ରେଗେଡା ନିକଟରେ ଜଣେ ଗର୍ଭବତୀ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି । ଯାତ୍ରୀଙ୍କ ମଧ୍ୟରେ ଜଣେ ଡାକ୍ତର ପ୍ରସବ କରାଇଥିଲେ। ଉଭୟ ମା ଓ ଶିଶୁଙ୍କୁ ଗୁଣୁପୁର ମେଡିକାଲ ନିଆଯାଇଥିଲା । ଉଭୟ ସୁସ୍ଥ ଥିବା କହିଛନ୍ତି ଗୁଣୁପୁର ମେଡିକାଲ ସୁପରିଟେଣ୍ଡେଣ୍ଟ ରମେଶ ସାହୁ । ପ୍ରସବ କରିଥିବା ମହିଳାଙ୍କ ଘର ପାରଳାଖେମୁଣ୍ଡିରେ । ଗଣେଷ ପୂଜା ଉପଲକ୍ଷେ ତାଙ୍କ ସଂମ୍ପର୍କୀୟଙ୍କ ଘର ଗୁଣୁପୁରକୁ ଆସୁଥିଲେ। ବସରେ ଥିବା କଣ୍ଡକ୍ଟର ଓ ଗାଡି ଚାଳକ ବସକୁ ଦ୍ରୁତ ଗତିରେ ଆଣି ଗୁଣୁପୁର ଉପଖଣ୍ଡସ୍ତରୀୟ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇଥିଲେ। ଗାଡିରେ ଥିବା ଦୁଇ ଫିଜିଓଥେରାପି ଡାକ୍ତର ସୁନିତା ମଲ୍ଲିକା, ଅରୁଣ ନାୟକ ଉଭୟ ବସ୍ ଯାତ୍ରୀ ଭାବରେ ଆସୁଥିବାରୁ ଘଟଣାକୁ ଦେଖି ବଦାନ୍ୟତା ଦେଖାଇଥିଲେ। ଘଟଆ ପରେ ଡାକ୍ତରଙ୍କ ପାଖକୁ ପ୍ରଶଂସାର ସୁଅ ଛୁଟୁଛି ।
Popular Categories



