www.samajalive.in
Sunday, December 14, 2025
23.1 C
Bhubaneswar

ଦିଲ୍ଲୀ ଶାନ୍ତ – ଏ ପର୍ଯ୍ୟନ୍ତ ହିଂସା ସମ୍ପର୍କିତ ୩ ଶହ ଏତଲା ରୁଜ୍ଜୁ

ସମାଜ ପୋର୍ଟାଲ ଡେସ୍କ: ଉତ୍ତର ପୂର୍ବ ଦିଲ୍ଲୀରେ ଗତ ସପ୍ତାହରେ ଘଟିଥିବା ହିଂସାକାଣ୍ଡ ଘଟଣାର ୬ ଦିନ ମଧ୍ୟରେ ରାଜଧାନୀର ପରିସ୍ଥିତି ଶାନ୍ତ ରହିଛି ଏବଂ ଏହି ସମୟ ମଧ୍ୟରେ କୌଣସି ଅପ୍ରୀତିକର ଘଟଣା ଘଟିନାହିଁ। ଦିଲ୍ଲୀ ପୁଲିସ୍‍ କମିଶନର ଏସ୍‍.ଏନ୍‍. ଶ୍ରୀବାସ୍ତବ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଏହି ଘଟଣା ଉପରେ ଗୁଜବକୁ କର୍ଣ୍ଣପାତ ନ କରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। କୌଣସି ଅସମର୍ଥିତ ସୂତ୍ର ଆଧାରରେ ଗଣ୍ଡଗୋଳକୁ ନେଇ ମିଳୁଥିବା ରିପୋର୍ଟକୁ ତନଖି କରିବା ଏବଂ କେନ୍ଦ୍ରୀୟ ପୁଲିସ୍‍ ନିୟନ୍ତ୍ରଣ କକ୍ଷରୁ ଖବର ଉପରେ ସଠିକ୍‍ ସୂଚନା ହାସଲ କରିବା ପାଇଁ ସେ ଦିଲ୍ଲୀର ନାଗରିକମାନଙ୍କୁ ପରାମର୍ଶ ଦେଇଛନ୍ତି।

ଗତ ରବିବାରର ଗୁଜବ ସୃଷ୍ଟି ମାମଲାରେ ସମ୍ପୃକ୍ତି ଅଭିଯୋଗରେ ପଶ୍ଚିମ ଦିଲ୍ଲୀର ନିହାଲ ବିହାର ଅଞ୍ଚଳରୁ ଜଣେ ବ୍ୟକ୍ତିଙ୍କୁ ଗିରଫ୍‍ କରାଯାଇଥିବା ବେଳେ ଏ ସଂକ୍ରାନ୍ତରେ ୬ଟି ମାମଲା ରୁଜୁ କରାଯାଇଛି ବୋଲି ଶ୍ରୀବାସ୍ତବ ସୂଚନା ଦେଇଛନ୍ତି। ସେ ଆହୁରି କହିଛନ୍ତି, ଏହି ମାମଲା ଉପରେ ଅଧିକ ତଦନ୍ତ ଜାରି ରହିଛି। ଦିଲ୍ଲୀ ହିଂସାକାଣ୍ଡ ଘଟଣାକୁ ନେଇ ଏ ପର୍ଯ୍ୟନ୍ତ ୩ ଶହ ଏତଲା ଦାଏର କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି।

- Advertisement -

ଅନ୍ୟ ପକ୍ଷରେ ଦିଲ୍ଲୀର ରୋହିଣୀ ସ୍ଥିତ ଫୋରେନ୍‍ସିକ୍‍ ସାଇନ୍ସ ଲାବୋରୋଟରୀ ଉତ୍ତରପୂର୍ବ ଦିଲ୍ଲୀ ସାମ୍ପ୍ରଦାୟିକ ହିଂସା ମାମଲାଗୁଡ଼ିକର ଅଗ୍ରାଧିକାର ଭିତ୍ତିରେ ଯାଞ୍ଚ କରି ଏକ ସପ୍ତାହ ମଧ୍ୟରେ ରିପୋର୍ଟ ପ୍ରଦାନ କରିବ। ଫୋରେନ୍‍ସିକ୍‍ ସାଇନ୍ସ ଲାବୋରୋଟରୀର ନିର୍ଦ୍ଦେଶକ ଦୀପା ବର୍ମା ଭଜନପୁରା ଓ ଦୟାଲପୁର ଆଦି ପ୍ରଭାବିତ ଅଞ୍ଚଳ ଗସ୍ତ କରି ତାଙ୍କର ଟିମ୍‍ ଯେଉଁସବୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ସେ ସମ୍ପର୍କରେ ସମୀକ୍ଷା କରିଛନ୍ତି। ସଂସ୍ଥା ପକ୍ଷରୁ ଅଗ୍ରାଧିକାର ଭିତ୍ତିରେ ଏହିସବୁ ମାମଲାଗୁଡ଼ିକ ଉପରେ କାର୍ଯ୍ୟ କରାଯାଉଛି ଏବଂ ତଦନ୍ତକାରୀ ସଂସ୍ଥାଗୁଡ଼ିକୁ ଖୁବ୍‍ ଶୀଘ୍ର ରିପୋର୍ଟ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories