www.samajalive.in
Sunday, December 7, 2025
14.1 C
Bhubaneswar

ଦିଲ୍ଲୀ ସଚିବାଳୟ ସିଲ୍‌

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପିର ବିପୁଳ ବିଜୟ ପରେ ସରକାର ଗଠନ ନେଇ ରଣନୀତି ଆରମ୍ଭ ହୋଇଛି। ରଣନୀତିରେ ବିଦାୟୀ ଆପ୍‌ ସରକାରର କଳା କାରନାମାକୁ ପଦାରେ ପକାଇବା ଲାଗି ଦିଲ୍ଲୀ ସଚିବାଳୟକୁ ସିଲ୍‌ କରି ଦିଆଯାଇଛି। ଦିଲ୍ଲୀ ସରକାରଙ୍କ ଯୁଗ୍ମ ସଚିବ ପ୍ରଦୀପ ଦୟାଲ ଜାରି କରିଥିବା ନିର୍ଦେଶ ଅନୁଯାୟୀ ସଚିବାଳୟର କୌଣସି ଫାଇଲ ସ୍ଥାନାନ୍ତର କରାଯାଇପାରିବ ନାହିଁ। ଆପ୍‌ର ପରାଜୟ ପରେ ସରକାର ଦିଲ୍ଲୀ ସଚିବାଳୟରୁ ଗୁରୁତ୍ବପୂର୍ଣ୍ଣ ଫାଇଲ ନେଇଯିବାର ଆଶଙ୍କା ରହିଥିବାରୁ ଏପରି ପଦକ୍ଷେପ ନିଆଯାଇଛି। କାରଣ ବିଦାୟୀ ଆପ୍‌ ସରକାର ବିଭିନ୍ନ ପ୍ରକାର ଦୁର୍ନୀତିରେ ଲିପ୍ତ ଥିବା ନେଇ ବିଜେପି ପକ୍ଷରୁ ଅଭିଯୋଗ କରାଯାଇ ଆସୁଥିଲା। ସାଧାରଣ ପ୍ରଶାସନ ବିଭାଗର ଅନୁମତି ବିନା କୌଣସି ଫାଇଲ ସ୍ଥାନାନ୍ତର ହୋଇପାରିବ ନାହିଁ। ଏ ସମ୍ପର୍କରେ ସଚିବାଳୟର ସମସ୍ତ ବିଭାଗ ମୁଖ୍ୟଙ୍କୁ ମଧ୍ୟ ନିର୍ଦେଶ ଦିଆଯାଇଛି। ଦିଲ୍ଲୀ ସରକାର କହିଛନ୍ତି ସଚିବାଳୟରେ କାର୍ଯ୍ୟ ପୂର୍ବପରି ଚାଲିଛି।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories