www.samajalive.in
Saturday, December 6, 2025
17.1 C
Bhubaneswar

ରାଜଧାନୀରେ ୨୦ ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ: ଦିଲ୍ଲୀରେ ଲଗାତାର ଚତୁର୍ଥ ଦିନରେ ୨୦ଟି ସ୍କୁଲକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିଛି । ଏହି ଧମକ ମିଳିବା ପରେ ଉତ୍ତେଜନା ପ୍ରକାଶ ପାଇଛି । ଆଜି ସକାଳେ ପ୍ରଥମେ ଅଭିନବ ପବ୍ଲିକ ସ୍କୁଲ, ତା’ପରେ ପଶ୍ଚିମ ବିହାରର ରିଚ୍‍ ମୋଣ୍ଡ ସ୍କୁଲକୁ ବୋମା ଧମକ ମିଳିଛି । ଏହାପରେ ରୋହିଣୀ ସେକ୍ଟର ୨୪ରେ ଥିବା ସୋଭରେନ୍‍ ସ୍କୁଲକୁ ଏକ ଧମକପୂର୍ଣ୍ଣ ଫୋନ୍‍ ଆସିଥିଲା । ଖବର ପାଇଁ ଅଗ୍ନିଶମବାହିନୀ ଏବଂ ବମ୍‍ ସ୍କ୍ୱାଡ୍‍ ଦଳ ପହଞ୍ଚି ଛାନଭିନ କରୁଛନ୍ତି ।

ପୂର୍ବରୁ ମଧ୍ୟ ସମାମ ଭାବରେ ସ୍କୁଲଗୁଡିକର ଇମେଲ୍‍ ଆଇଡିରେ ଧମକପୂର୍ଣ୍ଣ ମେଲ୍‍ ଆସିଛି । ଯେଉଁଥିରେ ସ୍କୁଲଗୁଡିକୁ ବୋମା ମାରିବାର ଧମକ ଦିଆଯାଇଛି । ତଦନ୍ତ ପରେ ଅନେକ ଥର, ଧମକପୂର୍ଣ୍ଣ ମେଲ୍‍ ପଛରେ ସ୍କୁଲ ଛାତ୍ରଙ୍କ ନାମ ସାମ୍ନାକୁ ଆସିଛି । ଆଜି ମଧ୍ୟ ଏଭଳି ମେଲ୍‍ ଆସିବା ପରେ ତଦନ୍ତ ଆରମ୍ଭ ହୋଇଛି । ସୋମବାରଠାରୁ ଆଜି ପର୍ଯ୍ୟନ୍ତ ଅନେକ ସ୍କୁଲକୁ ଏଭଳି ଧମକ ଆସିଛି ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories