www.samajalive.in
Sunday, December 7, 2025
26.1 C
Bhubaneswar

ଦିଲ୍ଲୀରେ ୧୩ କୋଟି ଟଙ୍କାର ହେରୋଇନ ଜବତ; ୩ ଆଫ୍ରିକୀୟ ନାଗରିକ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସ ୧୩ କୋଟି ଟଙ୍କା ମୂଲ୍ୟର ହେରୋଇନ ଜବତ କରିବା ସହିତ ଏହି ଘଟଣାର ସଂପୃକ୍ତ ଥିବା ୩ ଜଣଙ୍କୁ ଗିରଫ କରିଛି । ଦ୍ୱାରକାରୁ ଏହି ହେରୋଇନ ଜବତ କରାଯାଇଛି । ଏଥିସହିତ ପୁଲିସ ଏକ ଆନ୍ତର୍ଜାତିକ ବେଆଇନ ନିଶାଦ୍ରବ୍ୟ କାରବାର କରୁଥିବା ଦଳକୁ ଠାବ କରିପାରିଛି । ଗିରଫ ତିନିଜଣଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତ ଷ୍ଟାନଲି ଆଲାସୋନିୟେ ଏହି ବେଆଇନ ନିଶା କାରବାର ଗୋଷ୍ଠୀର ମୁଖ୍ୟ ବୋଲି ପୁଲିସ କହିଛି । ଗିରଫ ଅନ୍ୟ ଦୁଇ ଅଭିଯୁକ୍ତ ହେଉଛନ୍ତି ଉଚେଚୁକୁ ପିଟର ଇଗବୋନାଜୁ ଏବଂ ହେନରି ଓକୋଲି । ସେମାନଙ୍କ ନିକଟରୁ ୧ କିଲୋଗ୍ରାମ ୩୦୦ ଗ୍ରାମ ହେରୋଇନ ଜବତ କରାଯାଇଛି ।
ପୁଲିସ ପକ୍ଷରୁ କୁହାଯାଇଛି ଯେ ଏହି ବେଆଇନ ନିଶା କାରବାର ଗୋଷ୍ଠୀ ଦିଲ୍ଲୀର ଉତ୍ତମ ନଗର ଏବଂ ମୋହନ ଗାର୍ଡନ ଅଞ୍ଚଳରେ ସକ୍ରିୟ ରହିଥିଲେ । ସେମାନେ ବୈଧ ଭିସା ବିନା ଉକ୍ତ ଅଞ୍ଚଳରେ ବାସ କରୁଥିଲେ । ତଦନ୍ତରୁ ଜଣାଯାଇଛି ଯେ ହେରୋଇନକୁ ନାଇଜେରିଆରୁ ରୁଷ ବାଟଦେଇ ଭାରତୀୟ ସାମୁଦ୍ରିକ ବନ୍ଦରକୁ ଅଣାଯାଇଥିଲା । ଦ୍ୱାରକାର ପୁଲିସ ଉପାୟୁକ୍ତ ଶଙ୍କର ଚୌଧରୀ କହିଛନ୍ତି, ଅକ୍ଟୋବର ୧ ତାରିଖରେ ଏହି ବେଆଇନ ନିଶା କାରବାର ଦଳକୁ ଧରିବାକୁ ପୁଲିସ ଜାଲ ବିଛାଇଥିଲା । ଏହାପରେ ଓକୋଲି ଏବଂ ଇଗବୋନାଜୁଙ୍କୁ ଗିରଫ କରାଯିବା ସହିତ ସେମାନଙ୍କ ନିକଟରୁ ଏହି ହେରୋଇନ ଜବତ କରାଯାଇଥିଲା । ଏହି ଦୁଇଜଣ ଭାରତକୁ ୨୦୧୯ରେ ବାଂଲାଦେଶ ବାଟଦେଇ ଆସିଥିଲେ । ପଚରା ଉଚରା ସମୟରେ ସେମାନେ କହିଛନ୍ତି ଯେ ଆଫ୍ରିକାରୁ ଉକ୍ରଟ ନିଶାଦ୍ରବ୍ୟକୁ ରୁଷ ବାଟଦେଇ ଭାରତକୁ ଅଣାଯାଉଛି । ଆଉ ମଧ୍ୟ ଜଣାଯାଇଛି ଯେ ଏହି ନିଶା କାରବାରର ବଡ ବଡ ଦଲାଲମାନେ ଛୋଟ ଛୋଟ ବିକ୍ରେତାଙ୍କ ସହିତ ଭର୍ଚୁଆଲ ନମ୍ବରରେ ଯୋଗାଯୋଗ କରିଥାନ୍ତି ଏବଂ ପରେ ସେମାନଙ୍କ ସ୍ଥାନରେ ଏହି ନିଶାଦ୍ରବ୍ୟ ପହଞ୍ଚାଇଥାନ୍ତି । ଗିରଫ ଆଫ୍ରିକୀୟ ନାଗରିକମାନେ ମୋହନ ଗାର୍ଡନ ଅୟ୍‌ଚଳରେ ଅଲଗା ଅଲଗା ମହଲାରେ ଦୁଇଟି କୋଠରୀ ଭଡାନେଇ ରହୁଥିଲେ । ତଳ ମହଲାରେ ସେମାନେ ରହୁଥିବାବେଳେ ସବା ଉପର ମହଲାରେ ହେରୋଇନ ସହିତ ମିଶାଯାଉଥିବା ରାସାୟନିକ ପଦାର୍ଥ ଏବଂ କିଛି ଉପକରଣକୁ ଜବତ କରାଯାଇଛି । ଦିଲ୍ଲୀରେ ସେମାନଙ୍କର ବହୁ ଗ୍ରାହକ ରହିଥିବା ଏହି ନିଶା ବେପାରୀମାନେ ପୁଲିସକୁ ସୂଚନା ଦେଇଛନ୍ତି ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories