ସମାଜଲାଇଭ ଡେସ୍କ: ଦିଲ୍ଲୀ ଲାଲ କିଲ୍ଲା ନିକଟରେ ସୋମବାର ସନ୍ଧ୍ୟାରେ ଘଟିଥିବା ବିସ୍ଫୋରଣ ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଥିରେ ଅନେକ ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପୁଲିସ ଏବଂ ଅଗ୍ନିଶମ ବାହିନୀ ପଦକ୍ଷେପ ନେଇଛନ୍ତି। ବିସ୍ଫୋରଣ ପଛରେ କାହାର ହାତ ରହିଛି ତାହା ଜଣାପଡ଼ି ନ ଥିବାବେଳେ ଦିଲ୍ଲୀରେ ହାଇଆଲର୍ଟ ଜାରି କରାଯାଇଛି।
ପୁରୁଣା ଦିଲ୍ଲୀର ଲାଲ୍ କିଲ୍ଲା ନିକଟରେ ରହିଥିବା ଏକ କାରରେ ଏହି ଭୟଙ୍କର ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି। ବିସ୍ଫୋରଣର କାରଣ ଜଣାପଡ଼ି ନାହିଁ। ବିସ୍ଫୋରଣ ପରେ ଅନ୍ୟ ୩ଟି କାରରେ ନିଆଁ ଲାଗିଯାଇଥିଲା। ତେବେ ବିସ୍ଫୋରଣ ଯୋଗୁ ନିକଟରେ ଥିବା ୭/୮ଟି ଯାନବାହନ କ୍ଷତିଗ୍ରସ୍ତ ହୋଇଛି। ଏହା ଆତଙ୍କୀ କାର୍ଯ୍ୟକଳାପ କି ଅନ୍ୟ କିଛି ତାହା ସ୍ପଷ୍ଟ ହୋଇନାହିଁ। ପୁଲିସ ଘଟଣାର ତଦନ୍ତ ଚଳାଇଛି।



