www.samajalive.in
Friday, December 5, 2025
20.1 C
Bhubaneswar

ବିଜେଡିର ସଙ୍ଗୀନ ଅଭିଯୋଗ

ସମାଜ ଲାଇଭ୍ ଡେସ୍କ : ରାତି ପାହିଲେ ନୂଆପଡ଼ାରେ ଉପନିର୍ବାଚନ ପାଇଁ ଭୋଟ ହେବ । ଆଜି ଗୋଟିଏ ଦିନରେ ଶାସକ ଦଳ ବିଜେପି ବିରୋଧରେ ବିଜେଡିର ଅଭିଯୋଗର ଫର୍ଦ୍ଦ ପରେ ଫର୍ଦ୍ଦ ଯୋଡ଼ି ହେଉଛି । ବିଜୁ ଜନତା ଦଳ ପୁଣି ଅଭିଯୋଗ ଆଣିଛି ଯେ ଆଦର୍ଶ ଆଚରଣ ବିଧି ଓ ନିର୍ବାଚନ ନିୟମ ଉଲଂଘନ କରି ବିଜେପି ପ୍ରଚାର ଚଲାଇଛି ।

ବିଜେଡ଼ିର ଅଭିଯୋଗ ଅନୁସାରେ ନିର୍ବାଚନ ପୂର୍ବରୁ ୪୮ ଘଣ୍ଟାର ସାଇଲେଣ୍ଟ ପରିୟଡ ମଧ୍ୟରେ ବିଜେପି ସାମାଜିକ ଗଣମାଧ୍ୟମରେ ପ୍ରଚାର କରୁଛି । ବିଜେପି ଦଳ ତାଙ୍କର ପ୍ରାର୍ଥୀ ଜୟ ଢୋଲକିଆ ଓ ନିଜ ମାଆ କଳ୍ପନା ଢୋଲକିଆଙ୍କର ଏକ ପ୍ରଚାର ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛି । ଏହି ଭିଡ଼ିଓରେ ସେମାନେ ବିଜେପିକୁ ଭୋଟ ଦେବା ପାଇଁ ଲୋକଙ୍କୁ ଆହ୍ୱାନ କରୁଛନ୍ତି । ନିଜ ପରିବାରର ପ୍ରତି ସମବେଦନା ଜୁଟାଇବା ପାଇଁ ଜୟ ପ୍ରୟାସ କରିଛନ୍ତି । ଏହି ଭିଡ଼ିଓରେ ବିଜେପି ଦଳର ସଂକେତ ମଧ୍ୟ ରହିଛି । ବିଜେଡି ଆହୁରି ଅଭିଯୋଗ କରିଛି ଯେ, ଖୋର୍ଦ୍ଧା ଜିଲ୍ଲା ବିଜେପି ସଭାପତି ବିଶ୍ୱରଞ୍ଜନ ବଡ଼ଜେନା ଓ ଅତାବିରା ବିଜେପି ବିଧାୟକ ନିହାର ମହାନନ୍ଦ ନୂଆପଡ଼ା ନିର୍ବାଚନମଣ୍ଡଳୀରେ ଗାଡ଼ି ଧରି ପ୍ରଚାର ଚଳାଇଛନ୍ତି । ବିଜେପି କାର୍ଯ୍ୟକର୍ତ୍ତା ଓ ଛତିଶଗଡ଼ରୁ ଆସିଥିବା ଲୋକମାନେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ସଂଗଠିତ ହୋଇ ଟଙ୍କା ବାଣ୍ଟୁଛନ୍ତି । ପ୍ରମାଣ ଦେଖାଉ ବିଜେଡି ଏହାର ଭିଡିଓ ସିଇଓଙ୍କୁ ପ୍ରଦାନ କରିଛନ୍ତି ବିଜେଡ଼ି ରାଜ୍ୟସଭା ସାଂସଦ ସୁଲତା ଦେଓ, ମୁଖପାତ୍ର  ଲେନିନ୍ ମହାନ୍ତି, ପ୍ରିୟବ୍ରତ ମାଝୀ, ଇପ୍ସିତା ସାହୁ, ମିହିର ରାୟ, ନାରାୟଣ ଜେନା, ଇଲ୍ଲା ସ୍ୱାଇଁ, ଅଂଶୁ ତ୍ରିପାଠୀ, ସୋଫିଆ ଆଲମ୍, ଜ୍ୟୋତ୍ସ୍ନା ପରିଡ଼ା, ରିତାଞ୍ଜଳି ପ୍ରଧାନ ଓ ମୀନତି ବେହେରା ।

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories