www.samajalive.in
Saturday, December 6, 2025
16.1 C
Bhubaneswar

ଦିଲ୍ଲୀ ଉଡ଼ାଣ ମହଙ୍ଗା, ସପ୍ତାହେ ଯାଏ ନିସ୍ତାର ନାହିଁ

ନୂଆଦିଲ୍ଲୀ: ଦିଲ୍ଳୀରୁ ଆସୁଥିବା ଓ ଦିଲ୍ଲୀକୁ ଯାଉଥିବା ବିମାନ ଯାତ୍ରୀଙ୍କୁ ଅଧିକ ଟଙ୍କା ଦେବାକୁ ପଡ଼ିବ। ନୂଆଦିଲ୍ଲୀ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନବନ୍ଦରର ତିନିଟି ରନ୍‍ ୱେ ମଧ୍ୟରୁ ଗୋଟିଏ ମରାମତି ପାଇଁ ବନ୍ଦ କରି ଦିଆଯାଇଥିବାରୁ ପ୍ରାୟ ୧୦୦ଟି ବିମାନର ଉଡ଼ାଣକୁ ବାତିଲ୍‍ କରି ଦିଆଯାଇଛି। ସପ୍ତାହାନ୍ତ ଯୋଗୁଁ ଯାତ୍ରୀ ସଂଖ୍ୟା ବୃଦ୍ଧି ପାଇଥିବାବେଳେ ବିମାନ ସଂଖ୍ୟା ହ୍ରାସ ପାଇବାରୁ ଯାତ୍ରା ଖର୍ଚ୍ଚ ପାଖାପାଖି ୮୬% ବୃଦ୍ଧି ପାଇଥିବା କୁହାଯାଉଛି।
ବିଭିନ୍ନ ଇ-କମର୍ସ ଟ୍ରାଭେଲ ଏଜେନ୍ସିର ୱେବ୍‍ସାଇଟ୍‍ରେ ବିମାନ ଟିକେଟ୍‍ ମୂଲ୍ୟ ବୃଦ୍ଧି ପାଇଥିବା ଦର୍ଶାଯାଇଛି। ଦିଲ୍ଲୀ-ବେଙ୍ଗାଲୁରୁ ଯାତ୍ରୀଙ୍କ ପାଇଁ ଟିକେଟ୍‍ ଖର୍ଚ୍ଚ ଶନିବାର ଦିନ ୧୧,୦୪୪ ଟଙ୍କାରୁ ୧୩,୭୦୨ ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି ମୁମ୍ବାଇ-ଦିଲ୍ଳୀ ବିମାନ ଟିକେଟ୍‍ ମୂଲ୍ୟ ୯,୨୨୮ ଟଙ୍କାରୁ ୧୧,୦୬୦ ଟଙ୍କାକୁ ବୃଦ୍ଧି ପାଇଛି। କେବଳ ସେତିକି ନୁହେଁ ଦିଲ୍ଳୀରୁ ଅନ୍ୟାନ୍ୟ ସହରକୁ ଯାଉଥିବା ବିମାନ ଯାତ୍ରୀଙ୍କ ପାଇଁ ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ଟିକେଟ୍‍ ମୂଲ୍ୟ ବୃଦ୍ଧିରୁ ନିସ୍ତାର ନାହିଁ।

Hot this week

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

Related Articles

Popular Categories