www.samajalive.in
Friday, December 5, 2025
20.1 C
Bhubaneswar

ଦିଲ୍ଲୀରେ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ

ନୂଆଦିଲ୍ଲୀ: ଦିଲ୍ଲୀର ଆଦର୍ଶ ନଗର ଅଞ୍ଚଳରେ ଜଣେ ୧୮ ବର୍ଷିଆ ଡାକ୍ତରୀ (ଏମବିବିଏସ) ଛାତ୍ରୀଙ୍କୁ ଦୁଷ୍କର୍ମ ଓ ବ୍ଲାକମେଲ କରାଯାଇଥିବା ଜଣାପଡିଛି। ଅଭିଯୁକ୍ତ ଫେରାର ଥିବାବେଳେ ତାକୁ ଗିରଫ ଉଦ୍ୟମ ଜାରି ରହିଛି। ପୀଡିତା ଜଣକ ହରିୟାଣାର ଜିନ୍ଦ୍‌ ନିବାସୀ ହୋଇଥିବାବେଳେ ଏଠାରେ ହଷ୍ଟେଲରେ ରହୁଥିଲେ। ସେପ୍ଟେମ୍ବର ୯ରେ ଅଭିଯୁକ୍ତ ଏହି ଛାତ୍ରୀଙ୍କୁ ରାତ୍ରିଭୋଜନ ଆଳରେ ଆଦର୍ଶ ନଗର ସ୍ଥିତ ଏକ ହୋଟେଲକୁ ନେଇଥିଲେ। ସେଠାରେ ମୃଦୁ ପାନୀୟରେ ନିଶାଦ୍ରବ୍ୟ ମିଶାଇ ତାଙ୍କୁ ପିଇବାକୁ ଦିଆଯାଇଥିଲା। ଏହାପରେ ଅଭିଯୁକ୍ତ ତାଙ୍କୁ ଦୁଷ୍କର୍ମ କରିଥିବାବେଳେ ଏହାର ଭିଡିଓ ପ୍ରସ୍ତୁତ କରିଥିଲା। ପରବର୍ତ୍ତୀ ସମୟରେ ଏହି ଭିଡିଓକୁ ମାଧ୍ୟମ କରି ସେ ପୀଡିତାଙ୍କୁ ବ୍ଲାକମେଲ କରିଚାଲିଥିଲା। ଛାତ୍ରୀଜଣକ ଥାନାରେ ଏତଲା ଦାଏର କରିବାପରେ ପୁଲିସ ଅଭିଯୁକ୍ତକୁ ଧରିବାକୁ ଉଦ୍ୟମ ଚଳାଇଛି। ଅନ୍ୟ ଏକ ଘଟଣାରେ ଜଣେ ଡାକ୍ତରୀ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗରେ ପୁଲିସ ଗୁରୁ ତେଗବାହାଦୂର ହସ୍ପିଟାଲର ଜଣେ ସହକାରୀ ପ୍ରଫେସରଙ୍କୁ ଗିରଫ କରିଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories