www.samajalive.in
Friday, December 5, 2025
26.1 C
Bhubaneswar

ବୁର୍ଖା ପରିହିତା ଭୋଟରଙ୍କ ପରିଚୟ ଯାଞ୍ଚ କରିବେ ଅଙ୍ଗନବାଡ଼ି କର୍ମୀ

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନରେ ବୁର୍ଖା ପରିଧାନ କରି ମତଦାନ କରିବାକୁ ଆସୁଥିବା ମହିଳା ଭୋଟରଙ୍କ ପରିଚୟ ଯାଞ୍ଚ କରିବାକୁ ପ୍ରତ୍ୟେକ ବୁଥ୍‌ରେ ଅଙ୍ଗନବାଡି କର୍ମୀ ନିୟୋଜିତ ହେବେ। ଏ ସମ୍ପର୍କରେ ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଜ୍ଞାନେଶ କୁମାର ସୋମବାର ସୂଚନା ଦେଇଛନ୍ତି। ନିର୍ବାଚନ ତାରିଖ ଘୋଷଣା କରିବା ସମୟରେ ସାମ୍ବାଦିକମାନେ ସିଇସିଙ୍କୁ ବୁର୍ଖା ପରିଧାନ ଓ ମୁଣ୍ଡରେ ଓଢଣି ଦେଇ ଆସୁଥିବା ମହିଳାଙ୍କ ପରିଚୟ ଯାଞ୍ଚ ସମ୍ପର୍କରେ ପ୍ରଶ୍ନ କରିଥିଲେ। ସିଇସି କହିଥିଲେ ଯେ ମତଦାନ କେନ୍ଦ୍ରରେ ଭୋଟରଙ୍କ ପରିଚୟ ଯାଞ୍ଚ କରିବା ଲାଗି ସ୍ପଷ୍ଟ ମାର୍ଗଦର୍ଶିକା ରହିଛି। ଏହାକୁ କଡାକଡି ଭାବେ ଅନୁସରଣ କରାଯିବ। ପରିଚୟ ଯାଞ୍ଚ ବିନା କୌଣସି ଭୋଟର ମତଦାନ କରିପାରିବେ ନାହିଁ। ବୁର୍ଖା ପିନ୍ଧି ଆସୁଥିବା ଓ ମୁଣ୍ଡରେ ଓଢ଼ଣି ଦେଇ ଆସୁଥିବା ମହିଳା ଭୋଟରଙ୍କ ପରିଚୟ ଯାଞ୍ଚ ଲାଗି ପ୍ରତି ବୁଥରେ ଅଙ୍ଗନବାଡି କର୍ମୀଙ୍କୁ ନିୟୋଜିତ କରାଯିବ।

ବୁର୍ଖା ପିନ୍ଧି ଆସୁଥିବା ମହିଳାମାନେ ମୁହଁକୁ ସମ୍ପୂର୍ଣ୍ଣ ଆବୃତ୍ତ କରିଦେଉଥିବାରୁ ସେମାନଙ୍କ ଫଟୋ ପରଚୟପତ୍ର ସହିତ ଚିହ୍ନଟ କରିବା ଲାଗି ଅନେକ ସମୟରେ ସମସ୍ୟା ହୋଇଥାଏ। ଏପରି କ୍ଷେତ୍ରରେ ଅଙ୍ଗନବାଡି କର୍ମୀଙ୍କ ଦ୍ବାରା ସେମାନଙ୍କ ପରିଚୟ ଯାଞ୍ଚ କରାଯିବ। ବିହାର ବିଜେପି ସଭାପତି ଦିଲ୍ଲୀପ ଜୟସ୍ବାଲ ଶନିବାର ବୁର୍ଖା ପରିହିତା ମହିଳାଙ୍କ ପରିଚୟ ଭୋଟର ଫଟୋ ପରିଚୟପତ୍ର ଆଧାରରେ ଯାଞ୍ଚ କରିବାକୁ ନିବେଦନ କରିଥିଲେ। ବିହାର ୨୪୩ଟି ବିଧାନସଭା ଆସନରେ ନଭେମ୍ବର ୬ ଓ ୧୧ରେ ଭୋଟ ଗ୍ରହଣ ହେବ। ନଭେମ୍ବର ୧୪ରେ ଭୋଟ ଗଣତି ହେବ। ଅନ୍ୟପଟେ ନିର୍ବାଚନ ଆୟୋଗ ଆଜି ଘୋଷଣା କରିଛନ୍ତି ବିହାର ଭଳି ସମଗ୍ର ଦେଶରେ ଏସ୍‌ଆଇଆର କାର୍ଯ୍ୟକାରୀ କରାଯିବ। ଏଥିପାଇଁ ପ୍ରସ୍ତୁତି କାର୍ଯ୍ୟ ଚାଲିଛି। ଏଥିପାଇଁ ନିର୍ବାଚନ ଆୟୋଗ ବିଧିବଦ୍ଧ ତାରିଖ ଘୋଷଣା କରିବେ। କେଉଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କେବେ ଏସ୍‌ଆଇଆର କରାଯିବ ସେସମ୍ପର୍କରେ କାର୍ଯ୍ୟସୂଚୀ ଧାର୍ଯ୍ୟ କରାଯିବ।

- Advertisement -

ବିହାର ଏସଆଇଆର୍ ପରେ ଏଠାରେ ପ୍ରଥମ କରି ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ତେବେ ବିହାର ଏସ୍‌ଆଇଆରକୁ ନେଇ ବିରୋଧୀ ପକ୍ଷରୁ ଏକାଧିକ ଆବେଦନ ସୁପ୍ରିମକୋର୍ଟରେ କରାଯାଇଛି। ସୁପ୍ରିମକୋର୍ଟ ଏସ୍‌ଆଇଆର ଉପରେ ହସ୍ତକ୍ଷେପ ପୂର୍ବକ ଆଧାର କାର୍ଡକୁ ଏକ ପରିଚୟ ପତ୍ର ଭାବେ ଗ୍ରହଣ କରିବାକୁ ନିର୍ବାଚନ ଆୟୋଗଙ୍କୁ ନିର୍ଦେଶ ଦେଇଥିଲେ। ମାତ୍ର ନିର୍ବାଚନ ଆୟୋଗ ଆଧାର କାର୍ଡକୁ ଭୋଟରଙ୍କ ନାଗରିକ ପରିଚୟ ବୋଲି ଗ୍ରହଣ କରିବାକୁ ମନା କରିଛନ୍ତି। ଏହି ବିବାଦ ମଧ୍ୟରେ ସୁପ୍ରିମକୋର୍ଟ ବିହାର ଏସଆଇଆର ଉପରେ ​‌େସପ୍ଟେମ୍ବର ୭ରେ ଚୂଡାନ୍ତ ରାୟ ଶୁଣାଇବାକୁ ଦିନ ଧାର୍ଯ୍ୟ କରିଛନ୍ତି।

Hot this week

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

Related Articles

Popular Categories