www.samajalive.in
Saturday, December 6, 2025
14.1 C
Bhubaneswar

କରୋନାରେ ମୃତ୍ୟୁ ଘଟିଥିବା ମହିଳାଙ୍କର ସରିଲା ଅନ୍ତିମ ସଂସ୍କାର; ପ୍ରଥମେ ମିଳୁ ନଥିଲା ଅନୁମତି

ନୂଆଦିଲ୍ଲୀ: ବହୁ ବାଧାବିଘ୍ନ ପରେ ଶେଷରେ ଦିଲ୍ଲୀରେ ଶୁକ୍ରବାର କରୋନା ଯୋଗୁ ମୃତ୍ୟୁ ଘଟିଥିବା ମହିଳାଙ୍କର ଅନ୍ତିମ ସଂସ୍କାର ଶେଷ ହୋଇଛି। ରାମ ମନୋହର ଲୋହିଆ ହସ୍ପିଟାଲ ଟିମ୍‌ର ତତ୍ତ୍ବାବଧାନରେ ଉଚିତ୍‌ ସାବଧାନତା ସହ ଶନିବାର ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି। ପ୍ରଥମେ ଅନ୍ତିମ ସଂସ୍କାର ପାଇଁ ଶ୍ମଶାନ ପରିଚାଳକମାନେ ଅନୁମତି ଦେଉ ନ ଥିବା ଜଣାପଡ଼ିଥିଲା। ପରିବାର ଲୋକେ ମୃତଦେହ ନେଇ ନିଗମବୋଧ ଘାଟରେ ପହଞ୍ଚିଥିଲେ, ହେଲେ ଘାଟର ପ୍ରଶାସନ ଏଠାରେ ଅନ୍ତିମ ସଂସ୍କାର ପାଇଁ ଅନୁମତି ଦେବାକୁ ମନା କରି ଦେଇଥିଲେ। ଏନେଇ ଗଣମାଧ୍ୟମରେ ଚର୍ଚ୍ଚା ହେବା ପରେ ନିଗମବୋଧ ଘାଟ ପରିଚାଳକ ଅନ୍ତିମ ସଂସ୍କାର ପାଇଁ ଅନୁମତି ଦେଲେ।

ମୃତକଙ୍କ ଜଣେ ସମ୍ପର୍କୀୟଙ୍କ କହିବାନୁସାରେ, ସେମାନେ ନିଗମବୋଧ ଘାଟର ମୁଖ୍ୟଙ୍କୁ ଫୋନ୍‍ କଲେ ଓ ସ୍ଥିତି ବିଷୟରେ ଅବଗତ କରାଇଲେ। ଏହାପରେ ଘାଟ ମୁଖ୍ୟ କହିଲେ, ମୃତଦେହକୁ ଏଠାରୁ ନେଇଯାଆନ୍ତୁ ଏବଂ ଅନ୍ୟ କୌଣସି ସ୍ଥାନରେ ନେଇ ଅନ୍ତିମ ସଂସ୍କାର କରନ୍ତୁ। ଅପର ପାର୍ଶ୍ବରେ ଲୋଧୀ ରୋଡ଼୍‍ ଶ୍ମଶାନ ଘାଟର ପରିଚାଳକ ମଧ୍ୟ କରୋନା ଯୋଗୁ ମୃତ୍ୟୁ ଘଟିଥିବା ଏହି ମହିଳାଙ୍କ ଅନ୍ତିମ ସଂସ୍କାର ପାଇଁ ଅନୁମତି ଦେବାକୁ ମନା କରିଦେଇଥିଲେ।

- Advertisement -

ସୂଚନାଯୋଗ୍ୟ, ଗତକାଲି କରୋନା ଭୂତାଣୁ ସଂକ୍ରମଣରେ ଏହି ମହିଳାଙ୍କର ମୃତ୍ୟୁ ହୋଇଛି। ଫଳରେ ଦେଶରେ କରୋନା ମୃତ୍ୟୁସଂଖ୍ୟା ୨ରେ ପହଞ୍ଚିଛି। ପଶ୍ଚିମ ଦିଲ୍ଲୀ ଜନକପୁରୀ ଅଞ୍ଚଳର ୬୯ ବର୍ଷୀୟା ଏହି ମହିଳା ଦିଲ୍ଲୀର ରାମ ମନୋହର ଲୋହିଆ (ଆରଏମଏଲ୍‌) ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସେ ତାଙ୍କ ପୁଅ ଠାରୁ ସଂକ୍ରମିତ ହୋଇଥିଲେ। ତାଙ୍କ ପୁଅ ଗତମାସରେ ସ୍ବିଜରଲ୍ୟାଣ୍ଡ ଓ ଇଟାଲୀ ଗସ୍ତରୁ ଫେରିଥିଲେ। ତେବେ ମହିଳାଙ୍କ ପୁଅ ଠାରେ ସଂକ୍ରମଣର କୌଣସି ଲକ୍ଷଣ ଦେଖାଯାଇ ନାହିଁ। ନିୟମ ଦୃଷ୍ଟିରୁ ଉଭୟ ମାଆ ଓ ପୁଅଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାର୍ଚ୍ଚ ୯ରେ ମହିଳାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇଥିଲା। ତାଙ୍କର ସ୍ବାବ ପରୀକ୍ଷା କରୋନା ପଜିଟିଭ ରହିଥିଲା। ତାଙ୍କର ଉଚ୍ଚ ରକ୍ତଚାପ ଓ ମଧୁମେହ ରହିଥିଲା। ଏହା ପୂର୍ବରୁ କର୍ଣ୍ଣାଟକ କଲବର୍ଗୀ ଅଞ୍ଚଳର ମହମ୍ମଦ ହୁସେନ ସିଦ୍ଦିକ (୭୬)ଙ୍କର କରୋନା ସଂକ୍ରମଣରେ ବୁଧବାର ମୃତ୍ୟୁ ହୋଇଥିଲା। ସିଦ୍ଦିକ ଫେବୃଆରୀ ୨୯ରେ ସାଉଦି ଆରବରୁ ଫେରିଥିଲେ। ସେ ହାଇଦରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories