www.samajalive.in
Saturday, December 6, 2025
14.1 C
Bhubaneswar

ଦିଲ୍ଲୀରେ ଯୁବତୀଙ୍କୁ ନିସ୍ତୁକ ମାଡ ମାରିଥିବା ପୁଲିସ କର୍ମଚାରୀଙ୍କ ପୁଅ ଗିରଫ

ନୂଆଦିଲ୍ଲୀ . –  ଦିଲ୍ଲୀରେ ଜଣେ  ଯୁବତୀଙ୍କୁ ରୋହିତ ତୋମାର ନାମକ ଜଣେ ଯୁବକ ନିସ୍ତୁକ ମାଡ ମାରୁଥିବା ଭିଡିଓ ଭାଇରାଲ୍ ହୋଇଥିଲା । ଯୁବତୀ ଜଣଙ୍କ ଏହାପରେ ଯୁବକଙ୍କ ନାମରେ ମାମଲା ରୁଜୁ କରିଥିଲେ ।

ଯୁବକ ଜଣଙ୍କ ତାଙ୍କୁ ପ୍ରେମଜାଲରେ ଫସାଇବା ପରେ ଶାରିରୀକ ସମ୍ପର୍କ ସ୍ଥାପନ କରିଥିବା ଯୁବତୀ ଜଣଙ୍କ ଅଭିଯୋଗ କରିଥିଲେ । ରୋହିତ ନାମକ ଏହି ଯୁବକ ଜଣଙ୍କ ପ୍ରତାରଣା କରିବାରୁ ସେ ଥାନାରେ ଅଭିଯୋଗ କରିବେ ବୋଲି କହିଥିଲେ । ଏହାପରେ ରୋହିତ, ଯୁବତୀ ଜଣଙ୍କୁ ନିସ୍ତୁକ ମାଡ ମାରିଥିଲେ । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ୍‌ ହୋଇଥିଲା ।

- Advertisement -

ପୀଡିତା ଯୁବତୀ ଜଣଙ୍କ ଅଭିଯୋଗ କରିବା ପରେ ବି ପୁଲିସ କର୍ମଚାରୀଙ୍କ ପୁଅ ହୋଇଥିବାରୁ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବା ଅଭିଯୋଗ ହୋଇଥିଲା । ଏହାପରେ ଗୃହମନ୍ତ୍ରୀ ରାଜନାଥ ସିଂ ଦିଲ୍ଲୀ ପୁଲିସକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦେଶ ଦେଇଥିଲେ । ପୁଲିସ ତତ୍ପରତା ଦେଖାଇବା ପରେ ଅଭିଯୁକ୍ତ ସମ୍ପୃକ୍ତ ଯୁବକକୁ ଗିରଫ କରିଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories