www.samajalive.in
Sunday, December 14, 2025
23.1 C
Bhubaneswar

ଦିଲ୍ଲୀରେ ହେବନି ବିଶ୍ୱବିଦ୍ୟାଳୟ ପରୀକ୍ଷା, ବାତିଲ କଲେ ସରକାର

କରୋନା ମହାମାରୀ ଏବଂ ତତ ଜନିତ ଲକ ଡାଉନ ଯୋଗୁଁ ଦିଲ୍ଲୀର କୌଣସି ବିଶ୍ୱବିଦ୍ୟାଳୟରେ ପରୀକ୍ଷା ହେବ ନାହିଁ ବୋଲି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି। ଏହା କେବଳ ଦିଲ୍ଲୀ ରାଜ୍ୟ ବିଶ୍ୱବିଦ୍ୟାଳୟ ପାଇଁ ପ୍ରଯୁଜ୍ୟ ହେବ ଏବଂ ଦିଲ୍ଲୀ ବିଶ୍ୱବିଦ୍ୟାଳୟ କିମ୍ବା କେନ୍ଦ୍ର ସରକାରଙ୍କ ଅଧୀନରେ ଆସୁଥିବା ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ପାଇଁ ଲାଗୁ ହେବ ନାହିଁ। କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟଗୁଡ଼ିକରେ ମଧ୍ୟ ପରୀକ୍ଷା ବାତିଲ ପାଇଁ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କେନ୍ଦ୍ରକୁ ଚିଠି ଲେଖିଛନ୍ତି।

ଶିକ୍ଷା ବିଭାଗ ଦାୟିତ୍ୱରେ ଥିବା ଉପମୁଖ୍ୟମନ୍ତ୍ରୀ ସିସୋଦିଆ କହିଛନ୍ତି ଯେ ସମସ୍ତ ବିଶ୍ୱବିଦ୍ୟାଳୟଗୁଡିକ ପୂର୍ବ ପରୀକ୍ଷାର ମୂଲ୍ୟାଙ୍କନ ଅନୁଯାୟୀ ପରୀକ୍ଷା ନକରି ଛାତ୍ରଛାତ୍ରୀମାନଙ୍କୁ ପରବର୍ତ୍ତୀ ଶ୍ରେଣୀକୁ ଉନ୍ନୀତ କରିବାକୁ କୁହାଯାଇଛି। ଶେଷ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ଏହି ଆଧାରରେ ମୂଲ୍ୟାଙ୍କନ କରାଯାଇପାରିବ ବୋଲି ସେ କହିଛନ୍ତି।

- Advertisement -

କୋଭିଡ -୧୯ର ଭୟାବହତା ଦୃଷ୍ଟିରୁ ଦିଲ୍ଲୀରେ ଗତ ମାର୍ଚ୍ଚ ମଧ୍ୟ ଭାଗରୁ ଦିଲ୍ଲୀରେ ସ୍କୁଲ ଏବଂ କଲେଜ ବନ୍ଦ ରହିଛି। ବିଦ୍ୟାଳୟ ସ୍ଥରରେ ମଧ୍ୟ ପରୀକ୍ଷା କରାଯିବ ନାହିଁ ବୋଲି ସରକାର ପୂର୍ବରୁ ଘୋଷଣା କରିସାରିଛନ୍ତି। ସେ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରି କହିଛନ୍ତି ଯେ ଯେଉଁ ସମୟରେ ଛାତ୍ରଛାତ୍ରୀମାନେ ଶିକ୍ଷା ପାଇନାହାନ୍ତି, ସେଠାରେ କିଭଳି ପରୀକ୍ଷା କରାଯିବ। ଦିଲ୍ଲୀରେ ଏପର୍ଯ୍ୟନ୍ତ ୧ଲକ୍ଷ ୭ହଜାରରୁ ଅଧିକ ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ ୨୧ହଜାର ୧୪୬ଜଣ ସକ୍ରିୟ ଚିକିତ୍ସାଧୀନ ଅଛନ୍ତି।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories