www.samajalive.in
Sunday, December 14, 2025
23.1 C
Bhubaneswar

ନିୟମ ମାନିଲେନି ନାଏବ – ନାମ ଯଜ୍ଞ ଆୟୋଜନ କରି ଗିରଫ ହେଲେ, ପଦରୁ ହଟିଲେ

ପୋଲସର : ଗଞ୍ଜାମ ଜିଲାରେ କରୋନା ସ୍ଥିତି ଭୟାବହ ରହିଛି । ଗଞ୍ଜାମ ଜିଲାରେ କରୋନା  ୩୬ ଜଣଙ୍କ ମୁଣ୍ଡ ନେଇଥିବା ବେଳେ  ୩ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତଥାପି କରୋନା ମହାମାରୀ ନିୟମର ସମ୍ପୂର୍ଣ୍ଣ ଉଲଙ୍ଘନ ଚିତ୍ର ଗଞ୍ଜାମ ଜିଲା ପୋଲସରା ବ୍ଳକ ଜେ.ଡେଙ୍ଗାପଦର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମର୍ଦରାଜ ପୁର ଗ୍ରାମରେ ଦେଖିବାକୁ ମିଳିଛି । କୋଭିଡ୍ ନିୟମକୁ ଉଲଙ୍ଘନ କରି ହନୁମାନ ମନ୍ଦିର ପ୍ରତିଷ୍ଠା କରିବା ଓ ନାମ ଯଜ୍ଞ ଆୟୋଜନ କରି ଶହ ଶହ ଲୋକ ଜମା କରିବା ଅଭିଯୋଗ ହୋଇଛି । ପୋଲସରା ବିଡ଼ିଓ ଏନଇ ଥାନାରେ ଏତଲା ଦେଇଛନ୍ତି। ଏତଲା ଆଧାରରେ ଗ୍ରାମ ପଞ୍ଚାୟତର ନାଏବ୍ ସରପଞ୍ଚ କୃଷ୍ଣ ଚନ୍ଦ୍ର ଯେନା ଓ ପୂଜକ ସମେତ ଅନ୍ୟ  ୧୦ ଜଣଙ୍କୁ ପୁଲିସ ଗିରଫ କରିଛି । କୋଭିଡ-୧୯ ନିୟମ ଓ କଟକଣା ଉଲଙ୍ଘନ କରିଥିବା କାରଣରୁ ତାଙ୍କୁ ରାଜ୍ୟ ସରକାର ନିଲମ୍ବନ କରିଛନ୍ତି ବୋଲି ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି ।

- Advertisement -

ସୂଚନା ଅନୁଯାୟୀ, ପୋଲସରା ବ୍ଲକର ମର୍ଦ୍ଦରାଜପୁର ଗାଁର ଯଜ୍ଞରେ ୫ଶହରୁ ଅଧିକ ଲୋକଙ୍କ ସମାଗମ କରି ପଞ୍ଚମୁଖୀ ହନୁମାନ ମନ୍ଦିର ପ୍ରତିଷ୍ଠା ପାଇଁ ନାଏବ ସରପଞ୍ଚ ଏକ ବିରାଟ ଯଜ୍ଞ ଆୟୋଜନ କରିଥିଲେ। । ଏଥିରେ ଛୋଟ ପିଲାମାନେ ମଧ୍ୟ ସାମିଲ ହୋଇଥିଲେ। ଘଣ୍ଟ ମୃଦଙ୍ଗ ବାଜିବା ସହିତ ସହ ବାଣ ଫୁଟିଥିଲା। ଶହ ଶହ ମହିଳା କଳସ ଯାତ୍ରା କରିଥିଲେ। ଏହି ବିରାଟ ଯଜ୍ଞକୁ ମର୍ଦ୍ଦରାଜପୁର ଗାଁର ଜଣେ ଯୁବକ ବିରୋଧ କରିବାରୁ ତାଙ୍କୁ ଆକ୍ରମଣ କରାଯାଇଥିଲା ସୋସିଆଲ ମିଡିଆରେ ଏହି ଯଜ୍ଞର ଭିଡିଓ ଭାଇରାଲ ହୋଇଥିଲା।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories