www.samajalive.in
Monday, December 8, 2025
14.1 C
Bhubaneswar

ଦିଲ୍ଳୀ ସ୍ଥିତି ଉଦବେଗଜନକ

ନୂଆଦିଲ୍ଲୀ: ଦିଲ୍ଲୀ ବାୟୁମଣ୍ଡଳ ଦୀପାବଳି ପରେ ଆହୁରି ପ୍ରଦୂଷିତ ହୋଇଯାଇଛି। ଲୋକମାନେ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି। ସମଗ୍ର ସହର ଓ ଏହାର ଆଖପାଖ ଅଞ୍ଚଳ ଧୂଅାଁରେ ଛାଇ ଯାଇଛି। ଦିଲ୍ଲୀର ପ୍ରଦୂଷିତ ବାୟୁମଣ୍ଡଳର ସ୍ଥିିତିକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବାଣ ଫୁଟା ଉପରେ କଟକଣା ଜାରି କରିଥିଲେ। କେବଳ ସନ୍ଧ୍ୟା ୮ଟାରୁ ୧୦ଟା ପର୍ଯ୍ୟନ୍ତ ବାଣ ଫୁଟାଇବାକୁ ପରାମର୍ଶ ଦେଇଥିଲେ। ପ୍ରଦୂଷଣକାରୀ ବାଣ ନ ଫୁଟାଇବା ପାଇଁ ମଧ୍ୟ ସୁପ୍ରିମକୋର୍ଟ ପରାମର୍ଶ ଦେବା ସହିତ ଏହା ଯେପରି ପାଳନ ହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ପୁଲିସ ପ୍ରଶାସନକୁ ନିର୍ଦେଶ ଦେଇଥିଲେ।କିନ୍ତୁ ସୁପ୍ରିମକୋର୍ଟଙ୍କ ନିର୍ଦେଶକୁ ମାନି ନଥିବା ଅଭିଯୋଗ ଆସିଛି। ଏହାର ପରିଣାମ ଭୋଗିଛନ୍ତି ଖୋଦ୍‍ ଦିଲ୍ଲୀ ବାସୀ।
ଦିଲ୍ଳୀର ହାରାହାରି ବାୟୁ ପ୍ରଦୂଷଣ ସୂଚକାଙ୍କ ଗୁରୁବାର ସକାଳ ୬ଟା ବେଳେ ୮୦୫ରେ ପହଞ୍ଚିଛି। କେତେକ ସ୍ଥାନରେ ସୂଚକାଙ୍କ ୯୯୯ ପର୍ଯ୍ୟନ୍ତ ପହଞ୍ଚିଛି। ଆନନ୍ଦ ବିହାର, ମେଜର ଧ୍ୟାନଚାନ୍ଦ ନ୍ୟାଶ୍‍ନାଲ୍‍ ଷ୍ଟାଡିୟମ୍‍ରେ ପିଏମ୍‍ ୨ ସ୍ତର ୯୯୯ରେ ପହଞ୍ଚିଥିବା ବେଳେ ଚାଣକ୍ୟପୁରୀରେ କେବଳ ଏହି ସୂଚକାଙ୍କ ୪୫୯ ରହିଛି। ବୁଧବାର ସକାଳେ ବାୟୁ ହାରାହାରି ସୂଚକାଙ୍କ ୨୮୬ ଥିବା ବେଳେ ସମୟ ବଢ଼ିବା ସହିତ ପ୍ରଦୂଷଣ ମାତ୍ରା ମଧ୍ୟ ବଢ଼ିବାରେ ଲାଗିଥିଲା।
ମୟୂର ବିହାର ଏକ୍ସଟେନ୍‍ସନ୍‍, ଲାଜପତ୍‍ ନଗର, ଏଲ୍‍ ଦିଲ୍ଲୀ, ଆଇପି ଏକ୍ସଟେନସନ୍‍, ଦ୍ୱାରକା, ନୋଇଡା ସେକ୍ଟର ୭୮ ଆଦିରେ ସୁପ୍ରିମକୋର୍ଟ ନିର୍ଦେଶ ଉଲ୍ଳଂଘନ ହୋଇଥିବା ଅଭିଯୋଗ ଆସିଛି। ସେହିସବୁ ଅଞ୍ଚଳରେ ସୁପ୍ରିମକୋର୍ଟ ନିର୍ଦେଶ ଉଲ୍ଲଂଘନ କରିଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କହିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories