www.samajalive.in
Saturday, December 6, 2025
23.1 C
Bhubaneswar

ଭ୍ରମଣ ପାଇଁ ଯାଆନ୍ତୁ ଦିଲ୍ଲୀର ଏହି ସ୍ୱତନ୍ତ୍ର ସ୍ଥାନ

ନିଜର କର୍ମବ୍ୟସ୍ତତା ଜୀବନରୁ ସମୟ ବାହାର କରି ଭ୍ରମଣ ପାଇଁ ଯିବାକୁ ବହୁ ଲୋକେ ଭଲପାଆନ୍ତି। ବିଭିନ୍ନ ସ୍ଥାନକୁ ବୁଲିବାକୁ ଯାଇ ସେଠାକାର କଳା, ସଂସ୍କୃତି, ପରମ୍ପରା, ଦର୍ଶନୀୟ ସ୍ଥାନ ବୁଲିବା ସହ ସ୍ୱତନ୍ତ୍ର ଖାଦ୍ୟପେୟର ମଧ୍ୟ ମଜା ନେଇଥାଆନ୍ତି। ଆଜି ଦିଲ୍ଲୀର ଏପରି କିଛି ସ୍ଥାନ ବିଷୟରେ ଜାଣନ୍ତୁ ଯେଉଁଠାକୁ ଗଲେ ଆପଣ ଭ୍ରମଣର ପ୍ରକୃତ ମଜା ନେଇପାରିବେ।
ଇଣ୍ଡିଆ ଗେଟ –
ଏହାଏକ ପ୍ରସିଦ୍ଧ ସ୍ଥାନ। ଏଠାରେ ସବୁ ସମୟରେ ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହିଥାଏ। ଏହାର ନିକଟରେ ବହୁ ପାର୍କ ମଧ୍ୟ ରହିଛି। ତେଣୁ ଇଣ୍ଡିଆ ଗେଟକୁ ବୁଲିବାକୁ ଯାଇ ଲୋକକେ ପାର୍କରେ ମଧ୍ୟ ସମୟ ଅତିବାହିତ କରିଥାଆନ୍ତି। ସନ୍ଧ୍ୟା ସମୟରେ ଏଠାକାର ଦୃଶ୍ୟ ମନକୁ ବିମୋହିତ କରିଥାଏ।
ଅକ୍ଷରଧାମ –
ଏହା ଭଗବାନଙ୍କ ଗୃହ। ଏହା ଏକ ବିଶାଳ ମନ୍ଦିର। ଏଠାରେ ସନ୍ଧ୍ୟା ସମୟରେ ଆପଣଙ୍କୁ ଆଶ୍ଚର୍ଯ୍ୟ କରି ଦେବା ଭଳି ‘ଫାଉଣ୍ଟେନ ଶୋ’ ହୋଇଥାଏ। ଏହି ଶୋ ରେ ମନୁଷ୍ୟର ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଜୀବନକାଳକୁ ପାଣି ଏବଂ ଲାଇଟରେ ପଦର୍ଶନ କରାଯାଏ। ଦିଲ୍ଲୀ ଆସୁଥିବା ୬୦ରୁ ୭୦ ଭାଗ ପର୍ଯ୍ୟଟକ ଏହି ସ୍ଥାନକୁ ନିଶ୍ଚୟ ବୁଲିବାକୁ ଆସିଥାଆନ୍ତି ବୋଲି କୁହାଯାଏ।
ଲୋଦି ଗାର୍ଡ଼େନ –
ଲୋଦି ଗାର୍ଡ଼େନ ପ୍ରାୟ ୯୦ ଏକର ଜାଗାରେ ନିର୍ମିତ ହୋଇଛି। ଏଠାରେ ଲୋଦି ବଂଶର ଅନେକ ସ୍କାରକ ଗୁଡ଼ିକୁ ଦେଖିବାକୁ ପାଇବେ। ଏହି ସ୍ଥାନଟିର ପ୍ରାକୃତିକ ସୌନ୍ଦର୍ଯ୍ୟ ଏତେ ଅଧିକ ଯେ, ପ୍ରକୃତି ପ୍ରେମୀଙ୍କୁ ଏହି ସ୍ଥାନ ଆକର୍ଷିତ କରିଥାଏ।
ଚାନ୍ଦିନିଚୌକ –
ଦିଲ୍ଲୀର ଚାନ୍ଦିନିଚୌକର ନାମ ଆପଣ ନିଶ୍ଚୟ ଶୁଣିଥିବେ। ଏହା ଦିଲ୍ଲୀର ସବୁଠାରୁ ପୁରୁଣା ବ୍ୟସ୍ତବହୁଳ ବଜାର ମଧ୍ୟରୁ ଗୋଟିଏ। ଲାଲକିଲ୍ଲା ନିକଟରେ ଏହା ଅବସ୍ଥିତ। ଏହି ସ୍ଥାନରେ ବ୍ୟବସାୟ ଭଲ ହେଉଥିବାରୁ ଦେଶର କୋଣଅନୁକୋଣରୁ ବେପାରୀ ମାନେ ଏଠାକୁ ଆସିଥାଆନ୍ତି। ଏଠାରେ ମହିଳାମାନଙ୍କର ସୌନ୍ଦର୍ଯ୍ୟ ବୃଦ୍ଧି କରୁଥିବା ବିଭିନ୍ନ ସାମଗ୍ରୀ, ପୋଷାକ, ଚପଲ, ଅଳଙ୍କାର ସବୁକିଛି ପାଇପାରିବେ। ଏହାର ନିକଟରେ ଥିବା ପରାଠେ ୱାଲି ଗଳି ନାମକ ଏକ ସ୍ଥାନ ବିଭିନ୍ନ ପ୍ରକାରର ଖାଦ୍ୟ ପାଇଁ ବେଶ ଲୋକପ୍ରିୟ। ତେଣୁ ଖାଦ୍ୟପ୍ରେମୀଙ୍କୁ ଏହି ସ୍ଥାନ ବେଶ ଖୁବ ପସନ୍ଦ ଆସିଥାଏ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories