www.samajalive.in
Sunday, December 14, 2025
19.1 C
Bhubaneswar

ନିଟ୍ ତାରିଖ ଘୋଷଣାରେ ବିଳମ୍ବ

ଭୁବନେଶ୍ବର : ଏନ୍‌ଟିଏ ଦ୍ବାରା ପରିଚାଳିତ ଏମ୍‌ବିବିଏସ୍‌ ଏବଂ ବିଡିଏସ୍‌ ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖାଇବା ନିମନ୍ତେ ଏ ପର୍ଯ୍ୟନ୍ତ ତାରିଖ ଘୋଷଣା ହୋଇନି। ଚଳିତ ବର୍ଷ ତାରିଖ ଘୋଷଣାରେ ବିଳମ୍ବ ହୋଇଛି। ଏନେଇ ଆଶାୟୀ ବିଦ୍ୟାର୍ଥୀ ଦ୍ବନ୍ଦ୍ବରେ ପଡିଛନ୍ତି। ଦେଶର କେତେକ ସହରରେ କୋଭିଡ଼ ସଂକ୍ରମଣ ବୃଦ୍ଧି ପାଉଛି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ସହର ଗୁଡିକରେ ଲକ୍‌ଡାଉନ୍ ଘୋଷଣା କରାଯାଉଛି। ତେବେ ଦ୍ବିତୀୟ ଲହର କୋଭିଡ଼ ସଂକ୍ରମଣକୁ ଲକ୍ଷ୍ୟ କରି ନିଟ୍‌ ତାରିଖ ଘୋଷଣାରେ ବିଳମ୍ବ କରୁଥିବା କୁହାଯାଇଛି। କେବେ ତାରିଖ ଘୋଷଣା କରାଯିବ ତାକୁ ନେଇ ବିଦ୍ୟାର୍ଥୀ ଅନିଶ୍ଚିତତା ଭିତରେ ରହିଛନ୍ତି।
ପୂର୍ବରୁ ନିଟ୍‌ ପରୀକ୍ଷା ପାଇଁ ଏନ୍‌ଟିଏ ପକ୍ଷରୁ ଫେବୃଆରୀ କିମ୍ବା ମାର୍ଚ୍ଚ ଦ୍ବିତୀୟ ସପ୍ତାହ ମଧ୍ୟରେ ତାରିଖ ଘୋଷଣା କରାଯାଏ। ଡାକ୍ତରୀ ଶିକ୍ଷା ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ବିଦ୍ୟାର୍ଥୀ ପଞ୍ଜୀକରଣ କରିଥାନ୍ତି। କୋଚିଂ ସେଣ୍ଟର ଶିକ୍ଷକ ଛାତ୍ରଛାତ୍ରୀଙ୍କୁ ଭଲ ଭାବେ ପାଠ ପଢାଇ ଦକ୍ଷ କରନ୍ତି; କୋଭିଡ଼ ଯୋଗୁଁ ୧୦ ମାସ କୋଚିଂ ସେଣ୍ଟରଗୁଡିକ ବନ୍ଦ ରହିଥିଲା। ଜାନୁଆରୀରୁ କୋଚିଂ ସେଣ୍ଟରଗୁଡିକ ଖୋଲିଛି। ଆଡମିସନ କରିଥିବା ବିଦ୍ୟାର୍ଥୀ ନିଟ୍‌ ପାଇଁ ପ୍ରସ୍ତୁତ ହେଉଛନ୍ତି। ଅନେକ କୋଚିଂ ସେଣ୍ଟରରେ ଛାତ୍ରଛାତ୍ରୀଙ୍କୁ କ୍ଳାସରୁମ୍ ପାଠପଢା ଦିଆଯାଇ ପାରୁନାହିଁ। ଯେଉଁ କୋଚିଂ ସେଣ୍ଟରର ହଷ୍ଟେଲ ସୁବିଧା ରହିଛି ସେଠାରେ ବିଦ୍ୟାର୍ଥୀ ରହି କ୍ଳାସ୍‌ ରୁମ୍ ଶିକ୍ଷା ନେଉଛନ୍ତି। ଅନ୍‌ଲାଇନ୍‌ରେ ମଧ୍ୟ ପାଠପଢା ଯାଉଛି। ଯେଉଁ କୋଚିଂ ସେଣ୍ଟରରେ ହଷ୍ଟେଲ ସୁବିଧା ନାହିଁ, ସେଠାରେ ଆଡମିସନ କରିଥିବା ବିଦ୍ୟାର୍ଥୀଙ୍କୁ ଅନ୍‌ଲାଇନ୍‌ରେ ଶିକ୍ଷା ଦିଆଯାଇଛି। ନିଟ୍‌ ପାଇଁ ଅନ୍‌ଲାଇନ୍‌ ପାଠପଢାକୁ ବିଦ୍ୟାର୍ଥୀ ପସନ୍ଦ କରୁନାହାନ୍ତି। ଭଲ ରାଙ୍କ ପାଇବାକୁ ହେଲେ କ୍ଳାସ୍‌ ରୁମ୍ ପାଠପଢା ଆବଶ୍ୟକତା ରହିଛି ବୋଲି ଏମବିବିଏସ୍‌ ପ୍ରସ୍ତୁତ କରୁଥିବା ଛାତ୍ର ସୁନିଲ ସାହୁ କହିଛନ୍ତି।
ଦେଶର ଅନେକ ସହରରେ କୋଭିଡ଼ ସଂକ୍ରମଣ ବ୍ୟାପିବା ହେତୁ ଏନ୍‌ଟିଏ କର୍ତ୍ତୃପକ୍ଷ ତାରିଖ ଘୋଷଣା କରିପାରୁ ନାହାନ୍ତି। ପରିସ୍ଥିତି ବିଗିଡି ଗଲେ ବାରମ୍ବାର ତାରିଖ ପରିବର୍ତ୍ତନ କରିବାକୁ ପଡୁଛି। ଏ ଦୃଷ୍ଟିରୁ ତାରିଖ ଘୋଷଣା ବିଳମ୍ବ ହେଉଛି। ଗୋଟିଏ ସମୟରେ ସାରା ଦେଶରେ ନିଟ୍‌ ହେଉଥିବାରୁ ପରିସ୍ଥିତିକୁ ଅନୁଧ୍ୟାନ କରି ତାରିଖ ଘୋଷଣା କରାଯିବା ସମ୍ଭାବନା ରହିଛି। ତେବେ ଜେଇଇ ମେନ୍ ପରି ନିଟ୍‌ ମଧ୍ୟ ବର୍ଷକୁ ୨ଟି ସେସନରେ କରାଯିବା ସମ୍ଭାବନା ଥିବା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଡ. ରମେଶ ପୋଖାରୀଆଲ ନିଶଙ୍କ ବିବୃତି ଦେଇଥିଲେ। ଏ ସଂକ୍ରାନ୍ତରେ ଏନ୍‌ଟିଏ ସାଧାରଣ ନିର୍ଦେଶକ ଭିନିତ୍‌ ଯୋଶୀ ଏକ ଜାତୀୟ ଗଣମାଧ୍ୟମକୁ କହିଛନ୍ତି ଯେ ବର୍ଷକୁ ଗୋଟିଏ ଥର ନିଟ୍‌ କରାଯିବ। ଚଳିତ ବର୍ଷ ପାଇଁ ଖୁବ୍ ଶୀଘ୍ର ନିଟ୍‌ ତାରିଖ ଘୋଷଣା ହେବ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories