www.samajalive.in
Friday, December 5, 2025
20.1 C
Bhubaneswar

ଆତଙ୍କବାଦୀ ବିରୋଧୀ ଲଢେଇର ନେତୃତ୍ୱ ନେଉଛି ବାୟୁସେନା

ସମାଜ ଡିଜିଟାଲ ଡେସ୍କ: ଗୁଜରାଟ ଭୁଜ୍‍ ଏୟାରବେସରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଅପରେସନ ସିନ୍ଦୂରରେ ବାୟୁସେନାର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ଥିବାରୁ ସେନାର ବୀରତ୍ୱକୁ ସଲାମ କରିଛନ୍ତି ରାଜନାଥ । ଭୁଜ ଏୟାରବେସରୁ ଉଡାଣ ଆରମ୍ଭ କରି ଲଢୁଆ ବିମାନ ପରାକ୍ରମ ଦେଖାଇଛି। ପାକିସ୍ତାନ ମାଟିରେ ଆତଙ୍କୀଙ୍କ ଆଡ୍ଡାକୁ ଧୂଳିସାତ କରିବା ପାଇଁ ଭାରତୀୟ ବାୟୁସେନା ପାଖରେ ମାତ୍ର ୨୩ମିନିଟ ହିଁ ସମୟ ଯଥେଷ୍ଟ ଥିଲା । ଏତିକି ସମୟ ଲୋକଙ୍କ ପାଖରେ ଜଳଖିଆ କରିବାର ସମୟ ରହିଥାଏ । ସେହି ସମୟରେ ଶତ୍ରୁଙ୍କ ସଂହାର କରିଛି, ଏଥିପାଇଁ ମୁଁ ଗର୍ବିତ । ଶତ୍ରୁ ଦେଶରେ ତୁମେ ପକାଇଥିବା କ୍ଷେପଣାସ୍ତ୍ରର ପ୍ରତିଧ୍ୱନି ସମଗ୍ର ବିଶ୍ୱ ଶୁଣିଛି । ସେହି ଧ୍ୱନି କେବଳ କ୍ଷେପଣାସ୍ତ୍ର ନଥିଲା ବରଂ ତୁମର ସାହାସ ଏବଂ ଭାରତର ବୀରତ୍ୱର ଥିଲା ।

ପାକିସ୍ତାନ ବ୍ରହ୍ମୋସ୍‍ କ୍ଷେପଣାସ୍ତ୍ରର ଶକ୍ତିକୁ ସ୍ୱୀକାର କରିଛି । ଆମ ଦେଶରେ ଏକ ପୁରାତନ କଥା ରହିଛି, ଦିନରେ ତାରା ଦେଖାଇବା । ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ବ୍ରହ୍ମୋସ୍‍ ଏହା କରି ଦେଖାଇଛି । ପାକିସ୍ତାନକୁ ରାତିର ଅନ୍ଧକାର ଭିତରେ ଦିନର ଉଜାଲା ଦେଖାଇଲା ବ୍ରହ୍ମୋସ୍‍ । ଭୁଜ୍‍ ଏୟାରବେସକୁ ଉଡାଇଥିବା ଦାବି କରିଥିଲା ପାକିସ୍ତାନ । ଶୁକ୍ରବାର ଭୁଜ୍‍ ଗସ୍ତ କରି ପାକିସ୍ତାନକୁ କଡା ଜବାବ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।

- Advertisement -

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories