ଗୁରୁଡିଝାଟିଆ: ଆଠଗଡ ବନାଞ୍ଚଳ ଅନ୍ତର୍ଗତ ମାଧପୁର ଗ୍ରାମରେ ଆଜି ସକାଳୁ ଏକ ୩ ବର୍ଷର ହରିଣ ଗାଁ ଭିତରକୁ ପଶି ଆସିଥିଲା। ହରିଣକୁ ଦେଖି କୁକୁରମାନେ ଆକ୍ରମଣ କରିଥିଲେ। ଜୀବନ ଭୟରେ ହରିଣଟି ଏକ ପରିତ୍ୟକ୍ତ ଘର ଭିତରେ ପଶି ଯାଇଥିଲା। ଗାଁର କିଛି ଯୁବକ କୁକୁର କବଳରୁ ହରିଣକୁ ଉଦ୍ଧାର କରି ବନ ବିଭାଗକୁ ଖବର ଦେଇଥିଲେ। ଆଠଗଡ ବନାଞ୍ଚଳ ଅଧିକାରୀ ଆୟିଶା ଅକତାରୀ ନିଶା ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ହରିଣଟିକୁ ଆଣି ପ୍ରାଥମିକ ଚିକିତ୍ସା କରାଇଥିଲେ। ଏହାପରେ ହରିଣଟିକୁ ଜଙ୍ଗଲରେ ଛାଡି ଦିଆଯାଇଛି।
Popular Categories



