www.samajalive.in
Sunday, December 14, 2025
26.1 C
Bhubaneswar

ଦୀପିକା ହେବେ ଦେଶର ପ୍ରଥମ ମହିଳା ସୁପରହିରୋ

ମୁମ୍ବଇ : ସଞ୍ଜୟଲିଲା ଭଂସାଲୀଙ୍କ ଚଳଚ୍ଚିତ୍ର ପଦ୍ମାବତର ସଫଳତା ପରେ ହିନ୍ଦୀ ଚଳଚ୍ଚିତ୍ରର ଆଗଧାଡିର ନାୟିକା ଦୀପିକା ପାଦୁକୋନ ଏବେ ଏକ ନୂଆ ଚଳଚ୍ଚିତ୍ର ସ୍ୱାକ୍ଷର କରିଛନ୍ତି। ଖବର ଅନୁସାରେ ଦୀପିକା ଭାରତର ପ୍ରଥମ ମହିଳା ସୁପରହିରୋ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି। ବର୍ତ୍ତମାନ ଏହାର କାହାଣୀ ଉପରେ କାମ ଚାଲିଛି। ହଲିଉଡ ଚଳଚ୍ଚିତ୍ର ‘ୱଣ୍ଡର ଓମ୍ୟାନ’ର ଅନୁକରଣରେ ଏହି ଚଳଚ୍ଚିତ୍ରଟି ନିର୍ମାଣ ହେବ। ଦୀପିକାଙ୍କ ପୋଷାକ ମଧ୍ୟ ‘ୱଣ୍ଡର ଓମ୍ୟାନ’ର ମୁଖ୍ୟ ନାୟିକା ଗଲ ଗଡ଼ୋଟଙ୍କ ପୋଷାକ ଭଳି ପ୍ରସ୍ତୁତ କରାଯିବ। ଏହି ଚଳଚ୍ଚିତ୍ର ପାଇଁ ଦୀପିକାଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ। ଏଥିପାଇଁ ତାଙ୍କୁ ମାର୍ଶାଲ ଆର୍ଟର ତାଲିମ ନେବାକୁ ପଡିବ। ଆଗାମୀ ବର୍ଷ ଏହି ଚଳଚ୍ଚିତ୍ରର ସୁଟିଂ ଆରମ୍ଭ ହେବ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories