www.samajalive.in
Sunday, December 7, 2025
14.1 C
Bhubaneswar

ରାଜନୀତିରେ ଏନକାଉଣ୍ଟର ସ୍ପେଶାଲିଷ୍ଟ

ମୁମ୍ବଇ .- ପ୍ରଦୀପ ଶର୍ମା । ନାଁ ଶୁଣିଲେ ଅପରାଧୀମାନେ ଥରି ଉଠନ୍ତି । ଅପରାଧୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟ ହୁଏ । ମୁମ୍ବାଇରେ ୧୦୦ରୁ ଅଧିକ ଏନ୍‌କାଉଣ୍ଟର କରିସାରିଛନ୍ତି । ଏବେ ପ୍ରଦୀପ ଶର୍ମା ଚାକିରିରୁ ଇସ୍ତଫା ଦେଇଛନ୍ତି। ସେ ରାଜନୀତିରେ ଯୋଗ ଦେବା ସହ ଆଗାମୀ ବିଧାନସଭା ନିର୍ବାଚନ ଲଢିବେ ବୋଲି ଚର୍ଚ୍ଚା ହେଉଛି । ପ୍ରଦୀପ ଶର୍ମା ଶିବସେନାରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଛି ।
ଜୁଲାଇ ୪ ତାରିଖରେ ସେ ପୁଲିସ କମିଶନରଙ୍କୁ ନିଜର ଇସ୍ତଫା ପତ୍ର ଦେଇଛନ୍ତି । ଏବେବି ତାଙ୍କର ଇସ୍ତଫା ପତ୍ରକୁ ଗ୍ରହଣ କରାଯାଇ ନାହିଁ । ଏବିବ ସେ ଥାନେର ଆଣ୍ଟି ଅର୍ସଟ୍ରାସନ୍‌ ସେଲ୍‌ରେ ବରିଷ୍ଠ ପୁଲିସ ଅଧିକାରୀ ଭାବେ କାର୍ଯ୍ୟରତ ।
ସେ ଦାଉଦ୍‌ ଇବ୍ରାଦିମ୍‌ର ବାଇ ଇକବାଲ୍‌ କାସକରକୁ ବି ଗିରଫ କରିଥିଲେ । ଏହା ପୂର୍ବରୁ ସେ କ୍ରିକେଟ ବୁଦି ସେନୁ ଜଲାନାକୁ ଗିରଫ କରିବା ସହ ଅନ୍ତର୍ଜାତୀୟ ବେଟିଂର ପର୍ଦ୍ଦାଫାଶ କରିଥିଲେ ।
ପ୍ରଦୀପ ଶର୍ମା ମୁମ୍ବଇରେ କାର୍ଯ୍ୟରତ ଥିବା ବେଳେ ଦାଉଦ୍‌ ଇବ୍ରାହିମ୍‌, ଛୋଟା ରାଜନ୍‌ପରି କୁଖ୍ୟାତ ଅପରାଧୀ ସକ୍ରିୟ ଥିଲେ । ସେ ଆସିବା ପରେ କୁଖ୍ୟାତ ଅପରିଧୀମାନଙ୍କର ଏନ୍‌କାଉଣ୍ଟର କରିଥିଲେ । ମାତ୍ର ୨୦୦୮ ମସିହାରେ ତାଙ୍କ ବିରୋଧରେ ଅଣ୍ଡରଓ୍ୱାର୍ଲଡସ ସହ ସମ୍ପର୍କ ଥିବାର ଅଭିଯୋଗ ଆସିଥିଲା । ତାଙ୍କ ନାମରେ ଲଖ ଭେୟା ନକଲି ଏନ୍‌କାଉଣ୍ଟର ମାମଲା ଆଗକୁ ଆସିଥିଲା । ଏହାପରେ ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିଲା । ସେ ୪ ବର୍ଷ ପାଇଁ ଜେଲ୍‌କୁ ଯାଇଥିଲେ । ୨୦୦୯ରେ ଖଲାସ ହେବା ପରେ ପୁଣି ଚାକିରିରେ ଯୋଗ ଦେଇଥିଲେ । ପରେ ତାଙ୍କୁ ମୁମ୍ବାଇ ପୁଲିସରେ ଚାକିରି ଦିଆଯାଇଥିଲା ।

Hot this week

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

Related Articles

Popular Categories