ଜାତୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

ଦୀପା ମଲ୍ଲିକ ଓ ବଜରଙ୍ଗ ପୁନିଆଙ୍କୁ ମିଳିଲା ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର

ନୂଆଦିଲ୍ଲୀ : ଜାତୀୟ କ୍ରୀଡା ଦିବସ ଅବସରରେ ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜାତୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ କରିଛନ୍ତି। ଚଳିତ ଥର ୨ ଜଣ ଦୀପା ମଲ୍ଲିକ( ପାରା ଅଲମ୍ପିକ), ବଜରଙ୍ଗ ପୁନିଆ( କୁସ୍ତି )ଙ୍କୁ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାରରେ ସମ୍ମାନିତ କରାଯାଇଛି। ପ୍ରଥମ ଭାରତୀୟ ମହିଳା ଭାବେ ପାରାଅଲମ୍ପିକ କୃତିତ୍ୱ ହାସଲ କରିଥିବା ଦୀପା ମଲ୍ଲିକ ଏହି ପୁରଷ୍କାର ପାଇଛନ୍ତି । ସେହିଭଳି ରାଷ୍ଟ୍ରପତି ୧୯ ଜଣଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରିଛନ୍ତି। ସେମାନେ ହେଉଛନ୍ତି : ରବିନ୍ଦ୍ର ଜାଡ଼େଜା (କ୍ରିକେଟ ), ମହମ୍ମଦ ଆନ୍ସ ( ଆଥଲେଟିକ୍ସ) , ଗୁରୁପ୍ରୀତ ସିଂହ( ଫୁଟବଲ), ସୋନିଆ ଲାଦର ( ବକ୍ସିଂ), ଚିଙ୍ଗଲେସନା ସିଂହ (ହକି), ଏସ. ଭାସ୍କରଣ ( ବଡି ବିଲ୍ଡିଂ ), ଅଜୟ ଠାକୁର ( କବାଡି), ଅନଜୁମ ମୁଦଗୁଲି ( ସୁଟିଂ), ପ୍ରଣୀଥ (ବ୍ୟାଡମିନଟନ), ତେଜିନ୍ଦର ପାଲ ( ଆଥଲେଟିକ୍ସ), ପ୍ରମୋଦ ଭଗତ (ପାରା-ବ୍ୟାଡମିନଟନ), ହରମିତ ରାଜୁଲ ଦେଶାଇ (ଟେବୁଲ ଟେନିସ), ପୂଜା ଧଣ୍ଡ ( କୁସ୍ତି), ଫାଉଦ ମିର୍ଜା ( ଇକ୍ୟୁ ଷ୍ଟେନ୍ ), ସିମରନ ସିଂହ ( ପୋଲୋ) , ପୁନମ ୟାଦବ ( କ୍ରିକେଟ), ସ୍ୱାପ୍ନା ବର୍ମା( ଆଥଲେଟିକ), ସୁନ୍ଦର ସିଂହ ( ପାରା- ଆଥଲେଟିକ) ଏବଂ ଗୌରବ ସିଂହ ( ଗାଡ଼ିଚାଳନା) ।

kalyan agarbati

Comments are closed.