www.samajalive.in
Saturday, December 6, 2025
16.1 C
Bhubaneswar

‘ବିପର୍ଯ୍ୟୟ’ ପ୍ରଭାବିତ ଅଞ୍ଚଳ ପରିଦର୍ଶନରେ ଯିବେ ଅମିତ ଶାହା

ଅହମଦାବାଦ : ଦକ୍ଷିଣ ପୂର୍ବ ଆରବ ସାଗରରୁ ଉଠିଥିବା ବାତ୍ୟା ‘ବିପର୍ଯ୍ୟୟ’ର ପ୍ରଭାବ କମିଯାଇଛି ସତ, କିନ୍ତୁ ପଛରେ ଛାଡି ଦେଇଗଲା ତାଣ୍ଡବର ଛାପ ଏବଂ ଧ୍ୱଂସାବଶେଷ । କେଉଁଠି ଘର ସମ୍ପୂର୍ଣ୍ଣ ଭୂଷୁଡ଼ି ପଡ଼ିଛି ତ ଆଉ କେଉଁଠି ଉପୁଡ଼ି ଯାଇଥିବା ବୈଦ୍ୟୁତିକ ପୋଲ ଝଡ଼ ଘରର କାହାଣୀ ବଖାଣୁଛି। ବିଭିନ୍ନ ରାସ୍ତାରେ ପ୍ରାୟ ୬୦୦ରୁ ଅଧିକ ଗଛ ପଡିଛି। ଲୋକମାନେ ଯାତାୟାତରେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ଏବେ ହେଉଛନ୍ତି। ଏହି ସବୁ ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବାକୁ ଯିବେ ବୋଲି ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ ଝଡ଼ ରାଜ୍ୟର କଚ୍ଛ ଏବଂ ସୌରାଷ୍ଟ୍ରର ଆଠଟି ଜିଲାରେ ସର୍ବାଧିକ କ୍ଷତି ଘଟାଇଛନ୍ତି। ଏକ ଲକ୍ଷରୁ ଅଧିକ ଲୋକଙ୍କୁ ଝଡ ପୂର୍ବରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ଶାହା ସେ କଚ୍ଛ ଏବଂ ଜାଖା ବନ୍ଦର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ପରେ ମୁଖ୍ୟମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀଙ୍କ ସହ ଏକ ବୈଠକ ମଧ୍ୟ କରିବେ। ଶାହା ପ୍ରଥମେ ପ୍ରଭାବିତ ଅଞ୍ଚଳର ଏକ ବିମାନ ସର୍ଭେ କରିବା ସହିତ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିବେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories