www.samajalive.in
Sunday, December 14, 2025
14.1 C
Bhubaneswar

୧୫ ଦିନରେ ପହଞ୍ଚିଲା ୭ ଜଣ କାଉନସିଲରଙ୍କ ଅାମରଣ ଅନଶନ, ଉପ ଜିଲାପାଳ-ଅନଶନକାରୀ ଆଲୋଚାନ ବିଫଳ

ଦେବଗଡ଼: ଦେବଗଡ ପୌର ପରିଷଦରେ ଦେଖା ଦେଇଥିବା ବିଭିନ୍ନ ଅନିୟମିତତା ଏବଂ ଦୁର୍ନୀତିର ତଦନ୍ତ ଦାବୀରେ ଦୁର୍ନିତିର ତଦନ୍ତ ଦାବୀରେ ଗତ ୨୫ ତାରିଖଠାରୁ ୬ଜଣ ବିଜେପି କାଉନସିଲର ଏବଂ ଜଣେ ସ୍ୱାଧିନ କାଉନସିଲର ଚଳାଇଥିବା ଆମରଣ ଅନଶନ ଆଜି ୧୫ ଦିନରେ ପହଂଚିଛି। ଏହା ସତ୍ୱେ ଦାବୀ ପୁରଣ ନେଇ ଜିଲା ପ୍ରଶାସନ ପକ୍ଷରୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ଅନ୍ୟପକ୍ଷରେ ଆଜି ସମାଧାନ ପାଇଁ ଉପ ଜିଲାପଳ ବ୍ରଜବନ୍ଧୁ ଭୋଇ ଓ ଅନଶନରତ କାଉନସିଲରମାନଙ୍କ ମଧ୍ୟରେ ହୋଇଥିବା ଆଲୋଚନା ବିଫଳ ହୋଇଥିବା ଜନାପଡିଛି। ଫଳରେ କାଉନସିଲରମାନେ ପୂର୍ବବତ୍ ଅନଶନ ଜାରୀ ରଖିଛନ୍ତି। ଆଜି ସଂଧ୍ୟାରେ ଦେବଗଡ ଉପ-ଜିଲାପାଳ ପୌର ପରିଷଦ କାର୍ଯ୍ୟାଳୟକୁ ଯାଇ ଭାରପ୍ରାପ୍ତ ନିର୍ବାହୀ ଅଧିକାରୀ ବନମାଳୀ ସେଠୀଙ୍କ ଉପସ୍ଥିତିରେ ଅନଶନରତ କାଉନଶିଲଙ୍କ ସହିତ ସେମାନଙ୍କର ଦାବୀ ଗୁଡିକ ସମ୍ପର୍କରେ ଆଲୋଚନା କରିବାସହ ଅନଶନ ପ୍ରତ୍ୟାହାର ପାଇଁ ଅନୁରୋଧ କରିଥିଲେ। ମାତ୍ର ଦାବୀ ପୂରଣ ନହେବା ପର୍ଯ୍ୟନ୍ତ ଅନଶନ ଜାରୀ ରହିବ ବୋଲି ସେମାନେ ରୋକଠୋକ ଶୁଣାଇଥିବା ସୂଚନା ମିଳିଛି। ଏଠାରେ ସୂଚନା ଯୋଗ୍ୟ ଯେ,ଦେବଗଡ ପୌର ପରିଷଦରେ ବିଭିନ୍ନ ଦୁର୍ନୀତି ଏବଂ ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ଦର୍ଶାଇ ଏହାର ତଦନ୍ତ ଦାବୀରେ ଦେବଗଡ ପୌର ପରିଷଦର ଉପାଧ୍ୟକ୍ଷ ତଥା ବିଜେପି କାଉନଶିଲର ପ୍ରଜିତ କୁମାର ଭୋଜ, ସ୍ୱାଧୀନ କାଉନସିଲର ଧର୍ମେନ୍ଦ୍ର କୁମାର ଦେବତା, ବିଜେପି କାଉନସିଲର ମଧୁସୂଦନ ବାଘ, ପିଙ୍କି ସାହୁ, ସରୋଜିନୀ ମୁଣ୍ଡା, ଇତିଶ୍ରୀ ମିଶ୍ର ଓ କାର୍ତ୍ତିକ ମହାକୁଳ ଗତ ୨୫ ତରିଖ ଠାରୁ ପୌର ପରିଷଦ କାର୍ଯ୍ୟାଳୟ ବାରଣ୍ଡାରେ ଅନଶନରେ ବସିଛନ୍ତି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories