ଜିଲାର ବିକାଶ ପାଇଁ ଜନସାଧାରଣ, ଜିଲା ପ୍ରଶାସନ ଓ ଗଣମାଧ୍ୟମର ସହଯୋଗ ଆବଶ୍ୟକ; ଜିଲା ସରପଞ୍ଚ ସଂଘ

ଦେବଗଡ଼: ଦେବଗଡ ଜିଲାର ୩ଟି ବ୍ଲକର ସରପଂଚ ମାନଙ୍କୁ ନେଇ ଗତକାଲି ଦେବଗଡ ଜିଲା ସରପଂଚ ସଂଘ ନାମରେ ଏକ ନୂତନ ସଂଘ ଗଠିତ ହୋଇଥିବା ବେଳେ ଜିଲାର ବିକଶ ନିମନ୍ତେ ଦେବଗଡ ଜିଲାବାସୀ, ଜିଲା ପ୍ରଶାସନ ଏବଂ ଗଣମାଧ୍ୟମର ସହଯୋଗ ଲୋଡିଛି ଏହି ସଂଘ । ଆଜି ସଂଧ୍ୟାରେ ସ୍ଥାନୀୟ ଏକ ହୋଟେଲ ସମ୍ମିଳନୀ କକ୍ଷରେ ସଂଘର ସଭାପତି ସତ୍ୟ ନାରାୟଣ ପାଣି ଓ ସାଧାରଣ ସମ୍ପାଦକ ପ୍ରକାଶ କୁମାର ଆଚାର୍ଯ୍ୟ ଗଣ ମାଧ୍ୟମ ଜରିଆରେ ଏଭଳି ସହଯୋଗ କାମନା କରିଛନ୍ତି । ଏହି ବସରରେ ଉଭୟ ସଭାପତି ଓ ସମ୍ପାଦକ ଜିଲାର ଜନସାଧାରଣ, ଜିଲା ପ୍ରଶାସନ ଏବଂ ସର୍ବୋପରି ଗଣମାଧ୍ୟମର ସହଯୋଗ ନହେଲେ ଜିଲାର ବିକାଶ ସମ୍ଭବପର ନୁହେଁ ବୋଲି ମତବ୍ୟକ୍ତ କରିବାସହ ସକାରାତ୍ମକ ଦୃଷ୍ଟିଭଙ୍ଗୀ ନେଇ ଜନସାଧାରଣ, ଜିଲା ପ୍ରଶାସନ, ଗଣମାଧ୍ୟମର ପ୍ରତିନିଧି ଓ ଦଳ ମତ ନିର୍ବିଶେଷରେ ନିର୍ବାଚିତ ପଂଚାୟତ ସ୍ତରୀୟ ଜନ ପ୍ରତିନିଧି ମାନେ ମିଳିମିଶି ନିଷ୍ଠାର ସହ କାମ କଲେ ଜିଲାର ବିକାଶ ହୋଇପାରିବ । ଏଣୁ ଏଥିପାଇଁ ସରପଞ୍ଚ ସଂଘକୁ ସମସ୍ତେ ସହଯୋଗ କରିବାକୁ ସେମାନେ ଗଣମାଧ୍ୟମ ଜରିଆରେ ନିବେଦନ କରିଥିଲେ ।

kalyan agarbati

Comments are closed.