ଯାଜପୁର: ସର୍ପାଘାତରେ ଜଣେ ନାବାଳକର ମୃତ୍ୟୁ ହୋଇଛି। ମୃତକ ହେଲେ ଭଦ୍ରକ ଭଣ୍ଡାରିପୋଖରି ଥାନା ସରପଦା ଗାଁର ମଦନମୋହନ ଜେନାଙ୍କ ପୁଅ ପିତାମ୍ବର। ସେ ଗତକାଲି ରାତିରେ ଘରେ ଶୋଇଥିବା ବେଳେ କୌଣସି ବିଷଧର ସାପ ତାଙ୍କ ହାତକୁ କାମୁଡି ଦେଇଥିଲା। ତାଙ୍କୁ ତୁରନ୍ତ ଯାଜପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶନିବାର ମୃତଦେହ ବ୍ୟବଚ୍ଛେଦ ହେବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।
Popular Categories



