www.samajalive.in
Saturday, December 6, 2025
15.1 C
Bhubaneswar

ସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ପ୍ରବାସୀଙ୍କ ମୃତ୍ୟୁକୁ ନେଇ ଚାପା ଉତ୍ତେଜନା

ପାଟଣାଗଡ : ବଲାଙ୍ଗିର ଜିଲା ପାଟଣାଗଡ ବ୍ଲକ ଅନ୍ତର୍ଗତ ଖୁଣ୍ଟସମଲାଇସ୍ଥିତ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ରହୁଥିବା ଜଣେ ପ୍ରବାସୀଙ୍କ ମୃତ୍ୟୁକୁ ନେଇ ଚାପା ଉତ୍ତେଜନା ଲାଗି ରହିଛି। ମୃତକ ଜଣକ ହେଲେ ଟିକେମଣୀ ତଅଁଲା(୬୫)। ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ଥିବା ସମୟରେ ସେ ହଠାତ୍ ଅସୁସ୍ଥ ହୋଇପଡିଥିଲେ। ତାଙ୍କୁ ପ୍ରଥମେ ଘସିଏନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଓ ପରେ ବଲାଙ୍ଗିରସ୍ଥିତ ଭୀମ ଭୋଇ ମେଡିକାଲ କଲେଜ ସ୍ଥାନାନ୍ତର କରାଯାଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ଟିକେମଣୀଙ୍କ ମୃତଦେହ ତାଙ୍କ ନିଜ ଗାଁ ଖୁଣ୍ଟସମଲାଇରେ ପହଞ୍ଚିବା ପରେ ମୃତକଙ୍କ ପରିବାର ପକ୍ଷରୁ ଚିକିତ୍ସାରେ ଅବହେଳା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ସମଗ୍ର ଅଞ୍ଚଳରେ ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇଥିଲା।

ସୂଚନାଯୋଗ୍ୟ ଯେ, ଖୁଣ୍ଟସମଲାଇ ଗ୍ରାମର ଟିକେମଣୀ ତଅଁଲା(୬୫) ପ୍ରାୟ ୨/୩ ମାସ ତଳେ ଛତିଶଗଡ ଅନ୍ତର୍ଗତ ରାୟଗଡରେ ଗାଡିଚାଳକ ଭାବରେ କାର୍ଯ୍ୟ କରୁଥିବା ନିଜର ସାନପୁଅ ଧନମତ ପାଖକୁ ବୁଲିବାକୁ ଯାଇଥିଲେ। ତେବେ ହଠାତ୍ ଲକଡାଉନ ଘୋଷିତ ହେବା ଯୋଗୁଁ ସେ ସେଠାରେ ରହିଯାଇଥିଲେ। ଗତ ୧୬ ତାରିଖ ଦିନ ସକାଳେ ସେ ନିଜ ଗାଁରେ ପହଞ୍ଚିବା ପରେ ତାଙ୍କୁ ଖୁଣ୍ଟସମଲାଇ ଉଚ୍ଚ ବିଦ୍ୟାଳୟଠାରେ ଚାଲିଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ରଖାଯାଇଥିଲା। ସେଠାରେ ୧୭ ତାରିଖ ଦିନ ତାଙ୍କୁ ଜ୍ୱର ହେବା ପରେ ସଂଧ୍ୟାରେ ଏମଏଚୟୁ ଡାକ୍ତର ପହଞ୍ଚି ପରୀକ୍ଷା ନିରୀକ୍ଷା କରିଥିଲେ। କିନ୍ତୁ ୧୯ ତାରିଖ ସକାଳୁ ଟିକେମଣୀଙ୍କୁ ଜ୍ୱର ସହ ତରଳ ଝାଡା ହେବା ପରେ କେବଳ ଆଶା କର୍ମି ଏବଂ ଏଏନଏମ୍ ତାଙ୍କୁ କିଛି ଔଷଧ ଦେଇଥିଲେ ମଧ୍ୟ ଝାଡା ଆଦୌ କମି ନଥିଲା ଏବଂ ୨୦ ତାରିଖ ରାତି ପ୍ରାୟ ୮ ଘଣ୍ଟା ସମୟରେ ତାଙ୍କୁ ଘସିଏନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତ କରାଯାଇଥିଲା। ସେଠାରେ ମଧ୍ୟ ଅବସ୍ଥାରେ ଉନ୍ନତି ନ ହେବାରୁ ତାଙ୍କୁ ପରଦିନ ବଲାଙ୍ଗିର ସ୍ଥିତ ଭୀମଭୋଇ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା। ଆଜି ସକାଳ ପ୍ରାୟ ୫ ଘଣ୍ଟା ସମୟରେ ଏକ ବେସରକାରୀ ଆମ୍ବୁଲାନ୍ସରେ ଟିକେମଣୀଙ୍କ ଶବ ଖୁଣ୍ଟସମଲାଇ ଗାଁରେ ପହଞ୍ଚିବା ପରେ ପରିବାର ବର୍ଗ ତଥା ଗ୍ରାମବାସୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଟିକେମଣୀଙ୍କୁ ଘସିଏନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ବଲାଙ୍ଗିର ଏବଂ ପରେ ପରେ ବୁର୍ଲା ହାସପାତାଳକୁ ସ୍ଥାନାନ୍ତର କରାଯାଇଥିବା ବିଷୟରେ ପରିବାର ଲୋକଙ୍କୁ କିମ୍ବା ସରପଞ୍ଚଙ୍କ କାର୍ଯ୍ୟାଳୟକୁ କୋଣସି ପ୍ରକାର ସୂଚନା ଦିଆଯାଇନଥିଲା ବୋଲି ଅଭିଯୋଗ ହୋଇଥିଲା।

- Advertisement -

ଆମ୍ବୁଲାନ୍ସ ଚାଳକ ସାଙ୍ଗରେ ଆଣିଥିବା ଡିସ୍‌ଚାର୍ଯ ଟିକେଟରୁ ତାଙ୍କୁ ବୁର୍ଲା ହାସପାତାଳକୁ ନେବା ବେଳେ ସେପ୍ଟିସେମିଆରେ ଟିକେମଣୀଙ୍କ ମୃତ୍ୟୁ ହୋଇଥିବା ଦର୍ଶାଯାଇଥିଲା। ମୃତଦେହ ପହଞ୍ଚିବା ପରେ ଟିକେମଣୀଙ୍କ ବଡପୁଅ ଘାସି ତଅଁଲା ଏବଂ ପରିବାର ସଦସ୍ୟମାନେ ଚିକିତ୍ସାରେ ଅବହେଳାରୁ ମୃତ୍ୟୁ ହୋଇଥିବା ଦର୍ଶାଇ ଉପଯୁକ୍ତ କ୍ଷତିପୂରଣ ଦାବିରେ ଅଡି ବସିଥିଲେ। ଏ ସଂପର୍କରେ ଖବର ପାଇ ଲରମ୍ଭା ପୁଲିସ, ପାଟଣାଗଡ ଉପଖଣ୍ଡୀୟ ପୁଲିସ ଅଧିକାରୀ ସୁରେଶ ଚନ୍ଦ୍ର ନାଏକ, ଉପଖଣ୍ଡ ଚିକିତ୍ସାଳୟର ଅଧିକ୍ଷକ ଡାକ୍ତର ଦିଲ୍ଲୀପ କୁମାର ବିଶ୍ୱାଳ ପ୍ରମୁଖ ପହଞ୍ଚି ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ବୁଝାସୁଝା କରିବା ପରେ ସେମାନେ ଶାନ୍ତ ପଡିଥିଲା। ରେଡକ୍ରସ ପାଣ୍ଠିରୁ ମୃତକଙ୍କ ପରିବାରକୁ ୧୦ ହଜାର ଟଙ୍କା ଏବଂ ହରିଶ୍ଚନ୍ଦ୍ର ଯୋଜନାରୁ ୨ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories