www.samajalive.in
Saturday, December 6, 2025
14.1 C
Bhubaneswar

ହାଜତରେ ପୁଲିସ ମାଡରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ

ଅନୁଗୁଳ: ପୁଲିସ ହାଜତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣଙ୍କ ହେଲେ ବଡ଼ଗୁଣ୍ଡୁରୀ ଗାଁର ଦୀପକ ବାରିକ । ସ୍ତ୍ରୀକୁ ମାଡ ମାରିବା ଅଭିଯୋଗରେ ଶୁକ୍ରବାର ସକାଳେ ଦୀପକଙ୍କୁ ପୁଲିସ ଥାନାକୁ ଉଠାଇ ଆଣିଥିଲା। ଶନିବାର କାଉନ୍ସିଲିଙ୍ଗ ବେଳେ ସେ ହଠାତ୍ ଅଚେତ ହୋଇ ତଳେ ପଡି ଯାଇଥିଲେ । ପରେ ପୁଲିସ ତାଙ୍କୁ କଣିହାଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା । କିନ୍ତୁ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ଗୁରୁତର ହେବାରୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ବୋଲି ପୁଲିସ ସୂତ୍ରରୁ ସୂଚନା ମିଳିଛି । ପୁଲିସର ପ୍ରବଳ ମାଡ଼ରେ ଦୀପକଙ୍କ ମୃତ୍ୟୁ ହୋଇଛି ବୋଲି ପରିବାରଲୋକ ଅଭିଯୋଗ କରିଛନ୍ତି । ତୁରନ୍ତ ଘଟଣାର ତଦନ୍ତ କରଯାଇ ସମ୍ପୃକ୍ତ ପୁଲିସ ଅଧିକାରୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନିଆଯାଉ ବୋଲି ମୃତକଙ୍କ ସମ୍ପର୍କୀୟ ଦାବି କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories