www.samajalive.in
Saturday, December 6, 2025
16.1 C
Bhubaneswar

ଯୁବକଙ୍କ ଶୋଚନୀୟ ମୃତ୍ୟୁ, କାରଣ ଅସ୍ପଷ୍ଟ

ବେଲପାହାଡ଼ : ଝାରସୁଗୁଡ଼ା ଜିଲ୍ଲା ବନହରପାଲି ଥାନା ଅନ୍ତର୍ଗତ ବନ୍ଦବାହାଲ ସାପଡାର ଜଣେ ଯୁବକଙ୍କ ମୃତଦେହ ରାସ୍ତାକଡ ଗ୍ୟାରେଜ୍ ନିକଟରୁ ଉଦ୍ଧାର କରାଯାଇଛି । ମୃତକ ଜଣକ ସାପଡାର ଲୋଚନ ଭଏଁସା (୨୩) ବୋଲି ଜଣାପଡିଛି । ଲୋଚନ ସୋମବାର ରାତି ୧୧ଟା ୩୦ରେ ଘରେ ଖିଆପିଆ କରି ବନ୍ଦବାହାଲ ଧନୁଯାତ୍ରା ଦେଖିବା ପାଇଁ ସାଇକେଲ ଯୋଗେ ଯାଇଥିଲେ । ସକାଳ ୬ଟା ୩୦ରେ କିରାରମା ଟ୍ରକ୍ ପାର୍କିଙ୍ଗ ଅଞ୍ଚଳର ଏକ ଖୋଲା ସ୍ଥାନରେ ତାଙ୍କର ମୃତଦେହ ପଡିଥିବାର ଦେଖିବାକୁ ମିଳିଥିଲା। ଏହାପରେ ତାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଏମ୍ସିଏଲ୍ ଡିସ୍ପେନ୍ସରୀ ଓ ପରେ ଟିଆର୍ଏଲ୍ ଡାକ୍ତରଖାନାକୁ ନିଆଯାଇଥିଲା ବେଳେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ବନହରପାଲି ପୁଲିସ ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଏହାସହ ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ କାରଣ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories