www.samajalive.in
Saturday, December 6, 2025
26.1 C
Bhubaneswar

ବାଟମାରଣା ବେଳେ କଂଗ୍ରେସ ନିରବଦ୍ରଷ୍ଟା ସାଜିଥିଲା: ମୋଦୀ

ବାରାଣସୀ: ଦେଶର ଗରିବ ଲୋକଙ୍କ ପାଇଁ ବିଭିନ୍ନ ଜନକଲ୍ୟାଣ ଯୋଜନାର ଅର୍ଥ ବାଟମାରଣା କଂଗ୍ରେସ ସରକାର ଅମଳରେ ଉତ୍କଟ ରୂପ ଧାରଣ କରିଥିଲା। ଏହାକୁ ରୋକିବାକୁ ଉଦ୍ୟମ କରିବା ପରିବର୍ତ୍ତେ କଂଗ୍ରେସ ସରକାର କେବଳ ନିରବରେ ଏସବୁକୁ ଦେଖିଚାଲିଥିଲା। ପ୍ରବାସୀ ଭାରତୀୟ ଦିବସ ଅବସରରେ ନିିଜ ସଂସଦୀୟ ନିର୍ବାଚନମଣ୍ଡଳୀ ବାରାଣସୀରେ ଜନସାଧାରଣଙ୍କୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା କହିଛନ୍ତି। ଏହି ଅବସରରେ ପ୍ରବାସୀ ଭାରତୀୟଙ୍କୁ ଦେଶର ପ୍ରକୃତ ରାଷ୍ଟ୍ରଦୂତ ଓ ଦକ୍ଷତାର ପରିଚାୟକ ଭାବେ ବର୍ଣ୍ଣନା କରିଥିଲେ ପ୍ରଧାନମନ୍ତ୍ରୀ।
ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ନାମ ଉଚ୍ଚାରଣ ନ କରି ତାଙ୍କର ଏକ ଉକ୍ତିକୁ ଉଦ୍ଧାର କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ୧୯୮୫ରେ ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀ ବାଟମାରଣା ସମ୍ପର୍କରେ କହିଥିବା ଆପଣମାନେ ଶୁଣିଥିବେ। ସେ କହିଥିଲେ ଯେ ଯଦି ଟଙ୍କାଟିଏ ଗରିବ ଲୋକଙ୍କ ପାଇଁ ଦିଆଯାଏ ତେବେ ସେଥିରୁ ମାତ୍ର ୧୫ ପଇସା ତା ପାଖରେ ପହଞ୍ଚୁଛି, ଅନ୍ୟ ୮୫ ପଇସା ବାଟମାରଣା ହୋଇ ଯାଉଛି। ଏହା ଜାଣି ମଧ୍ୟ ତାଙ୍କ ସରକାର ଏହାକୁ ରୋକିବାକୁ ବାଟ ବାହାର କରି ନଥିଲା। ଯଦି ଆଜି କଂଗ୍ରେସ ସରକାର ଥାନ୍ତା ତେବେ ଗରିବଙ୍କ ଲାଗି ଖର୍ଚ୍ଚ କରଯାଇଥିବା ୫ ଲକ୍ଷ ୮୦ ହଜାର କୋଟି ଟଙ୍କାରୁ ୪ ଲକ୍ଷ ୫୦ ହଜାର କୋଟି ଟଙ୍କା ବାଟମାରଣା ହୋଇଯାଇଥାନ୍ତା।
ଏହାପୂର୍ବରୁ ମଧ୍ୟ ରାଜୀବ ଗାନ୍ଧିଙ୍କ ଉକ୍ତିକୁ ପ୍ରଧାନମନ୍ତ୍ରୀ ଉଦ୍ଧାର କରିଥିଲେ। ଗତ ବର୍ଷ ସେପ୍ଟେମ୍ବର ମାସରେ ଛତିଶଗଡ଼ରେ ଏକ ଜନସମାବେଶରେ ମୋଦୀ କହିଥିଲେ ଯେ ସେତେବେଳେ କଣ ସଡ଼କ ପରିବହନ ମନ୍ତ୍ରାଳୟ ନଥିଲା ନା ଯନ୍ତ୍ରୀ ନଥିଲେ? ଟଙ୍କାର ଅଭାବ ଥିଲା ନା ଲୋକଙ୍କ ଦାବି ନଥିଲା? କିନ୍ତୁ କାମ କରିବାକୁ ସରକାର ଡରୁଥିଲେ। କାରଣ ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିକାଶ ପାଇଁ ଖର୍ଚ୍ଚ ରାଶରି ୧୫% ବାଟମାରଣା ହେଉଛି।

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories