www.samajalive.in
Saturday, December 6, 2025
17.1 C
Bhubaneswar

ପୂର୍ବତନ ସ୍ବାସ୍ଥ୍ୟ ଅଧିକାରୀ ସମେତ ପରିବାରର ୫ ସଦସ୍ୟଙ୍କ ମୃତଦେହ ଉଦ୍ଧାର, ଉତ୍ତରପ୍ରଦେଶରେ ଚାଞ୍ଚଲ୍ୟ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ଏଟା ଜିଲା ଅନ୍ତର୍ଗତ ଶୃଙ୍ଗାର ନଗରର ଏକ ଘରୁ ଶନିବାର ଜଣେ ପୂର୍ବତନ ସ୍ବାସ୍ଥ୍ୟ ଅଧିକାରୀଙ୍କ ସମେତ ପରିବାରର ୫ ଜଣଙ୍କ ମୃତଦେହ ମିଳିଛି। ଏହି ଘଟଣା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ପୁଲିସ ସାଇଣ୍ଟିଫିକ୍‌ ଟିମ ସହିତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ମୃତକମାନେ ହେଲେ ପୂର୍ବତନ ସ୍ବାସ୍ଥ୍ୟ ଅଧିକାରୀ ରାଜେଶ୍ଵର ପ୍ରସାଦ ପଚୌରୀ, ତାଙ୍କ ପୁତ୍ରବଧୁ ଦିବ୍ୟା ପଚୌରୀ, ଦିବ୍ୟାଙ୍କ ଭଉଣୀ ବୁଲବୁଲ ଏବଂ ୮ବର୍ଷର ପୁଅ ଆରୁଷ ଓ ୧ ବର୍ଷର ପୁଅ ଆରବ। ଶୃଙ୍ଗାର ନଗରରେ ରାଜେଶ୍ଵରଙ୍କ ଘର ରହିଛି। ଦିବ୍ୟାଙ୍କ ସ୍ବାମୀ ତଥା ରାଜେଶ୍ଵରଙ୍କ ପୁଅ ଦିବାକର ଉତ୍ତରାଖଣ୍ଡରେ ଏକ ଔଷଧ କମ୍ପାନୀରେ ଚାକିରି କରୁଛନ୍ତି। ତେଣୁ ଏଠାରେ ଏହି ୫ ଜଣ ରହୁଥିଲେ। ଶନିବାର ସକାଳେ କ୍ଷୀର ବାଲା ଘରକୁ କ୍ଷୀର ଦେବାକୁ ଆସିଥିଲା। ସେ ଅନେକ ସମୟ ଧରି କଲିଂ ବେଲ୍‌ ମାରିଥିଲେ ହେଁ କେହି କବାଟ ଖୋଲି ନ ଥିଲେ। ଶେଷରେ ସେ ନି​‌ଜେ ଭିତରକୁ ଯାଇଥିଲେ। ଘର ଭିତରେ ସମସ୍ତଙ୍କ ମୃତଦେହ ପଡ଼ିଥିଲା। ଏ ନେଇ ସେ ସ୍ଥାନୀୟ ଲୋକଙ୍କୁ ଜଣାଇଥିଲେ। ଖବର ପାଇ ପୁଲିସ ସେଠାରେ ପହଞ୍ଚିଥିଲା। ଘଟଣାସ୍ଥଳରେ ବ୍ଲେଡ ଏବଂ ସଲଫସ୍‌ ବଟିକା ପଡ଼ିଥିବା ବେଳେ ଏହା ଏକ ହତ୍ୟା କିମ୍ବା ଆତ୍ମହତ୍ୟା ତାହା ଜଣାପଡ଼ି ନାହିଁ ବୋଲି ଏସଏସପି ସୁନିଲ କୁମାର ସିଂହ କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories