www.samajalive.in
Friday, December 12, 2025
26.1 C
Bhubaneswar

ରେଲଲାଇନ କଡରୁ ମୃତଦେହ ଉଦ୍ଧାର, ପରିବାରଙ୍କ ହତ୍ୟା ଅଭିଯୋଗ

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି-ରାୟପୁର ରେଲ ସେକ୍ସନର କି.ମି. ଖମ୍ବ ନଂ ୧୬୪/୫ ନିକଟଟରେ ଜଣେ ଯୁବକଙ୍କ ମୃତଦେହ ରେଲଲାଇନ କଡରୁ ଟାଉନ ପୁଲିସ ଓ ଜି.ଆର.ପି. ଉଦ୍ଧାର କରିଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ, ମୃତ ଯୁବକ ଜଣକ ବେଲପଡା ଥାନା ବେଲପଡା ଗ୍ରାମର ମହେନ୍ଦ୍ର ପୋଢ (୨୩) କଣ୍ଟାବାଞ୍ଜି ଅନୀଲ ଅଗ୍ରୱାଲଙ୍କ ରୁବି ଟ୍ରାନ୍ସପୋର୍ଟ ରେ ଡ୍ରାଇଭର ଭାବେ କାମ କରୁଥିଲେ। ସବୁଦିନ ଭଳି ସେ ଟ୍ରାନ୍ସପୋର୍ଟ ଗାଡିରେ ସିନଟେକ୍ସ ଡ୍ରମ ଓ ପାଇପ ପିକ୍ ଅପ ନଂ ଓ.ଡି.୦୩ ଆର. ୮୩୧୨ ଯୋଗେ ଗତକାଲି ରାତିରେ କଣ୍ଟାବାଞ୍ଜି ନେଇ ଆସୁଥିବା ବେଳେ କର୍ଲାଫାଟକ ନିକଟରେ ତାଙ୍କ ମୃତଦେହ ପଡ଼ିଥିବା ବେଳେ ତାଙ୍କ ଗାଡି କଣ୍ଟାବାଞ୍ଜି-ତୁରେକେଲା ରାସ୍ତା ମୁଖ୍ୟ ସଡକ ଉପରେ ଛିଡା ହୋଇଥିଲା। ଏହି ଘଟଣା ଉପରେ ଖୁଟୁଲୁମୁଣ୍ଡା ଗାଁର ମୃତକଙ୍କ  ଭିଣୋଇ ଓ ଲକ୍ଷ୍ମଣ ବାଗ ତଥା ପରିବାର ବର୍ଗ ଖବର ପାଇ ଘଟଣାସସ୍ଥଳରେ ପହଞ୍ଚି ମୃତକଙ୍କୁ ଚିହ୍ନଟ କରିଛନ୍ତି। ତେବେ ଏସ.ଡି.ପି.ଓ. ସରୋଜ କୁମାର ମହାପାତ୍ରଙ୍କ ସହ କଣ୍ଟାବାଞ୍ଜି ଥାନା ଆଇ.ଆଇ.ସି. ସତ୍ୟଜିତ କାଣ୍ଡେଲକର, ଏସ.ଆଇ.ପ୍ରଦୀପ ଗୁରିଆ ଏବଂ ଜି.ଆର.ପି. ଏସ.ଆଇ. ମୋହନ କୁମାର ନାଏକ, ଜି.ଆର.ପି. ଓ.ଆଇ.ସି. ଅନାଦି ସାହୁ, ଏ.ଏସ.ଆଇ. ଉମେଶ ଗହିର, ଘଟଣାସ୍ଥଳରେ ଅନୁସନ୍ଧାନ ଜାରି ରଖିଥିଲେ। ଏହି ମୃତ୍ୟୁ ଘଟଣା ଉପରେ ପରିବାର ବର୍ଗ ହତ୍ୟା ଅଭିଯୋଗ ଆଣିଥିବା ବେଳେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି ହୋଇଛି। ଅନ୍ୟ ପଟେ ବଲାଙ୍ଗିରରୁ ସାଇଣ୍ଟିଫିକ ଟିମଙ୍କ ସହ ସନ୍ଧାନୀ କୁକୁର ଘଟଣାର ତଦନ୍ତ ପାଇଁ ପହଞ୍ଚିଥିଲେ। ଜି.ଆର.ପି. ପୁଲିସ ଗୋଟିଏ ଅପମୃତ ମାମଲା ୩୧/୨୦୨୦ ରୁଜୁ କରି ମୃତଦେହକୁ ପୋଷ୍ଟମର୍ଟମ ପାଇଁ କଣ୍ଟାବାଞ୍ଜି ଚିକିତ୍ସାଳୟକୁ ଆଣିଥିଲେ। ପୋଷ୍ଟମର୍ଟମ ପରେ ପରିବାରବର୍ଗଙ୍କୁ ମୃତଦେହଙ୍କୁ ହସ୍ତାନ୍ତର କରାଯାଇଥିଲା।

 

Hot this week

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

Related Articles

Popular Categories