www.samajalive.in
Thursday, December 11, 2025
14.1 C
Bhubaneswar

ବିଦ୍ୟୁତ ସଟସର୍କିଟରୁ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ଆସବାବ ପତ୍ର

ଫୁଲବାଣୀ: କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଳକର ସିମନବାଡ଼ି ପଞ୍ଚାୟତ ଡକରବାଡ଼ି ଗ୍ରାମରେ ଶୁକ୍ରବାର ଅପରାହ୍ନ ପ୍ରାୟ ସାଢ଼େ ୩ଟା ସମୟରେ ଅଗ୍ନିକାଣ୍ଡ ଘଟି ଗୋଟିଏ ପରିବାରର ୨ ବଖରା ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। କ୍ଷତିଗ୍ରସ୍ତ ହୋଇଥିବା ବ୍ୟକ୍ତି ଜଣକ ହେଲେ ଡକରବାଡ଼ି ଗ୍ରାମର ମିଥୁନ ଦିଗାଲ। ନିଆଁ ଲାଗିବା ଫଳରେ ମିଥୁନଙ୍କ ଘରେ ଥିବା ନଗଦ ୨୦ହଜାର ଟଙ୍କା ସହିତ ୧୦ ବସ୍ତା ଧାନ, ୨ବସ୍ତାଚାଉଳ, ସୁନାର କାନଫୁଲ, ନାକଗୁଣା, ସୁନାମାଳି ପରି ଦାମିକା ସୁନାଗହଣା ସମେତ ଲୁଗା ପଟା, କଂସା ବାସନ ସହିତ ରାସନକାର୍ଡ, ଆଧାର କାର୍ଡ ଅନ୍ୟାନ୍ୟ ଜରୁରୀ କାଗଜପତ୍ର ଲକ୍ଷାଧିକ ଟଙ୍କାର ସମ୍ପତି କ୍ଷୟକ୍ଷତି ହୋଇଥିବା ମିଥୁନ ପ୍ରକାଶ କରିଛନ୍ତି।

ମିଳିଥିବା ସୂଚନା ପ୍ରକାରେ, ଶୁକ୍ରବାର ସକାଳୁ ମିଥୁନ କାମରେ ଯାଇଥିବା ବେଳେ ସ୍ତ୍ରୀ ସବିତା ଗ୍ରାମର ଅନ୍ୟ ଏକ ସାହିକୁ କାମକରିବାକୁ ଯାଇଥିଲେ। ଘରେ କେବଳ ମିଥୁନଙ୍କ ୧୦ ବର୍ଷର ପୁଅ ଆଦିତ୍ୟ ଦିଗାଲ ଏକୁଟିଆ ଶୋଇଥିବା ବେଳେ ହଟାତ୍‍ ବିଦ୍ୟୁତ ସଟସର୍କିଟ ହୋଇ ଘରେ ନିଆଁ ଲାଗିବା ଆରମ୍ଭ ହୋଇଥିଲା। ଘରେ ନିଆଁ ଲାଗିବା ଦେଖି ଆଦିତ୍ୟ ଘର ବାହାରକୁ ଚାଲିଆସି ଘରେ ନିଆଁ ଯାଇଛି ବୋଲି କହି ନିଆଁ ଲିଭାଇବା ପାଇଁ ଚିତ୍କାର କରି ଗ୍ରାମବାସୀଙ୍କୁ ଡାକିଥିଲେ। ଆଦିତ୍ୟଙ୍କ ଡାକ ଶୁଣି ଗ୍ରାମବାସୀ ମାନେ ନିଆଁ ଲିଭାଇବା ପାଇଁ ଚେଷ୍ଟା କରିଥିଲେ ସୁଦ୍ଧା ଘରେ ଗ୍ୟାସ ସିଲିଣ୍ଡର ଥିବାରୁ ଗ୍ୟାସ ସିଲିଣ୍ଡର ଫାଟିଯିବା ଭୟରେ ପଛକୁ ଫେରିଆସି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ତେବେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଂଚିବା ପୁର୍ବରୁ ଘର ଭିତରେ ଗ୍ୟାସ ସିଲିଣ୍ଡର ରହିଯାଇଥିବା ନେଇ ଖବର ପାଇ ସିମନବାଡ଼ି ଗ୍ରାମର ଗ୍ୟାସ ବିତରକ ମାଲିକ ସୁନୀଲ କୁମାର ସୁବୁଦ୍ଧି ସାହାସ ଜୁଟାଇ ଘରପଛପଟୁ ଯାଇ ଗ୍ୟାସ ସିଲିଣ୍ଡର ଟିକୁ କୌଶଳକ୍ରମେ ଘରୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ।ଖବରପାଇ ଦାରିଙ୍ଗବାଡ଼ି ଅଗ୍ନିଶମ ବିଭାଗ ହାବିଲଦାର ନିରୋଜ କୁମାର ବିଶ୍ୱାଳ, ସନ୍ତୋଷ କୁମାର ଲେଙ୍କା, ଚିତରଂଜନ ମହାନ୍ତି, ନିରଂଜନ ବରାଳ,ସୁନୀଲ ଜାନୀ ଲକ୍ଷ୍ମଣ ବାରିକ ,ଅଜିତ କୁମାର ଭୋଇ କାର୍ତିକ ଚନ୍ଦ୍ର ଗୁରୁ ପ୍ରମୁଖ ସାମିଲ ହୋଇ ୨ଟି ଟିମ୍‍ରେ ତୁରନ୍ତ ଡକରବାଡ଼ି ଠାରେ ପହଂଚିଥିଲେ। କିନ୍ତୁ ସାହି ଭିତରକୁ ଅଗ୍ନିଶମ ବିଭାଗ ଗାଡ଼ି ଯାଇପାରିନଥିଲା ଫଳରେ ପାଇପ ଯୋଗେ ଗ୍ରାମରେ ଥିବା ଏକ ନାଳରୁ ପାଣି ଆଣି ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ବହୁ କଷ୍ଟରେ ନିଆଁ କୁ ଆୟତ କରିଥିଲେ। କିନ୍ତୁ ସେତେବେଳକୁ ଘରଟି ସମ୍ପୂର୍ଣ୍ଣ ଭାବେ ପୋଡ଼ି ଛାରଖାର ହୋଇଯାଇଥିଲା। ପାଖାପାଖି ୧ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ଟଙ୍କାର କ୍ଷତି ହୋଇଥିବା ଜଣାପଡ଼ିଛି।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories