www.samajalive.in
Saturday, December 6, 2025
15.1 C
Bhubaneswar

ନାବାଳକର ଝୁଲନ୍ତା ମୃତଦେହ ଜବତ, ହତ୍ୟା ସନ୍ଦେହ

ଲାଞ୍ଜିଗଡ଼: ଲାଞ୍ଜିଗଡ ବ୍ଲକର ଦୁର୍ଗମ ଅଞ୍ଚଳରେ ଦିନକୁ ଦିନ ହତ୍ୟା ଓ ଅତ୍ମହତ୍ୟା ଘଟଣା ବୃଦ୍ଧି ପାଉଥିବା ବେଳେ ଶୁକ୍ରବାର ଜଣେ ନାବାଳକର ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି।

ସୁଚନା ଅନୁଯାୟୀ, ପାହାଡପଦର ପଞ୍ଚାୟତର ବୋରପଦର ଗାଁର ମୁଗା ମାଝୀର ନାବାଳକ ପୁଅ ଲବ ମାଝୀ(୧୩)ଅଷ୍ଟମ ଶ୍ରେଣୀରେ ପଢୁଥିଲା । ଗତ ରବିବାର ଦିନ ସ୍କୁଲ ଛୁଟି ଥିବାରୁ ଖାଇପିଇ ସାରି ଲବ ଘରୁ ବାହରକୁ ଯାଇ ଆଉ ଫେରିନଥିଲା। ସନ୍ଧ୍ୟା ପରେ ପରିବାର ଲୋକ ବ୍ୟସ୍ତ ହୋଇ ବନ୍ଧୁ ବାନ୍ଧବ ଓ ବିଭିନ୍ନ ଗାଁକୁ ଯାଇ ଖୋଜାଖୋଜି ପରେ ମଧ୍ୟ ଲବର କିଛି ସନ୍ଧାନ ମିଳିନଥିଲା। ପରିବାର ଲୋକେ ଅତ୍ୟନ୍ତ ବ୍ୟସ୍ତ ହୋଇପଡିଥିବା ବେଳେ ଦୀର୍ଘ ୫ଦିନ ପରେ ଆଜି ସକାଳୁ ଗାଁ ନିକଟରେ ଥିବା ଏକ ଜଙ୍ଗଲର ଗଛରେ ଲବ ମାଝୀର ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ଲବର ମୁଣ୍ଡ ଫାଟି ଯାଇଥିବା ବେଳେ ଦେହସାରା ରକ୍ତ ଜରି ଜମାଟ ବାନ୍ଧି ଯାଇଥିଲା। ଲବର ଝୁଲନ୍ତା ମୃତଦେହ ଦେଖିବା ପରେ ପରିବାର ସମେତ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। କେହି ଦୁର୍ବୃତ୍ତ ଲବକୁ ହତ୍ୟା କରି ଝୁଲାଇ ଦେଇଥିବା ପରିବାର ଓ ଗ୍ରାମବାସୀ ସନ୍ଦେହ କରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ବିଜେପୁର ଥାନାଧିକାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଲାଞ୍ଜିଗଡ ପଠାଇଥିଲେ। ତେବେ ଲବକୁ କିଏ ଓ କାହିଁକି ମାରିଲା? ନାବାଳକ ଛୁଆ କାହାର କ’ଣ କ୍ଷତି କରିଥିଲା ଏଭଳି ଅନେକ ପ୍ରଶ୍ନ ଅଞ୍ଚଳବାସୀଙ୍କ ମନରେ ଉଙ୍କି ମାରୁଥିବା ବେଳେ ତଦନ୍ତ ପରେ ଏହାର ପର୍ଦ୍ଦାଫାସ ହେବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories