www.samajalive.in
Saturday, December 6, 2025
17.1 C
Bhubaneswar

ଗଛରୁ ଝୁଲନ୍ତା ମୃତଦେହ ଉଦ୍ଧାର କଲା ପୁଲିସ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡ଼ବାଙ୍କୀ ପଞ୍ଚାୟତ ଜାମକୀ ଗାଁର ଏକ କମଳା ଗଛରେ ଝୁଲନ୍ତା ମୃତଦେହକୁ ଉଦ୍ଧାର କରିଛି ତୁରେକେଲା ପୋଲିସ। ମୃତ ବ୍ୟକ୍ତି ହେଲେ ଯାମକୀ ଗାଁର ଦଶରଥ ପୁଟେଲ। ବେକରେ ପ୍ଲାଷ୍ଟିକ ରସି ଲାଗି ମାଟି ତଳେ ମୃତଦେହ ଗୋଡ଼ ଲାଗିଥିବା ଦେଖିବାକୁ ମିଳିଛି । ଏହିଭଳି ଅବସ୍ଥାରେ ଥିବାରୁ ଏହା ଏକ ଯୋଜନା ବଦ୍ଧ ଭାବେ ହତ୍ୟା କରାଯାଇ ଥିବା ନେଇ ମୃତକଙ୍କ ସାନ ଭାଇ ଟିକେଚନ ପୁଟେଲ ଅଭିଯୋଗ କରିଛନ୍ତି । ଗାଁର ଆତ୍ମାସିତଲ ମାଝୀ ଦିନ ୧୨ ଟାରୁ ଦଶରଥ ପୁଟେଲଙ୍କ ସହ ମଦ ପିଉଥିଲେ । ଆତ୍ମାସିତଲ ଓ ନିଜ ପୁଅ ମିଶି ମାଡ ମାରି ହତ୍ୟା କରିଥିବା ମୃତକ ଙ୍କ ପରିବାର ଲୋକେ ଅଭିଯୋଗ କହିଛନ୍ତି । ଦିନ ୧୨ ଟାରୁ ଘରୁ ବାହାରି ରାତି ପର୍ୟ୍ୟନ୍ତ କାଲି ଘରକୁ ଫେରିନଥିଲେ । ପରିବାର ଲୋକେ ଖୋଜାଖୋଜି କରିଥିଲେ । ହେଲେ ପାଇନଥିଲେ । ଆଜି ସକାଳେ ଆତ୍ମାସିତଲଙ୍କ ବାରିଆଡ଼େ ଥିବା ଏକ କମଳା ଗଛରେ ମୃତ ଦେହ ଝୁଲନ୍ତା ଦେଖିବାକୁ ମିଳିଥିଲା । ପ୍ରବଳ ମାଡ଼ ମାରି ଯୋଜନା ବଦ୍ଧ ଭାବେ ହତ୍ୟା କରାଯାଇ ଆତ୍ମହତ୍ୟା ରୂପ ଦେଉଥିବା ପରିବାର ଲୋକେ କହିଛନ୍ତି । ସେପଟେ ଘଟଣା ସ୍ଥଳରେ ତୁରେକେଲା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଆତ୍ମହତ୍ୟା ନା ଯୋଜନା ଭାବରେ ହତ୍ୟା ତାହା ଏପର୍ୟ୍ୟନ୍ତ ଅସ୍ପଷ୍ଟ ରହିଛି । ସେପଟେ ଏ ସମ୍ପର୍କରେ ଡାକ୍ତର ରିପୋର୍ଟ ଆସିଲା ପରେ ହିଁ ଜଣାପଡିବ ବୋଲି ତୁରେକେଲା ଆଇଆଇସି କମଳ ଲୋଚନ ବେହେରା କହିଛନ୍ତି ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories