www.samajalive.in
Saturday, December 6, 2025
16.1 C
Bhubaneswar

ସବୁ କୋଭିଡ ମୃତ୍ୟୁର ମିଳିବ ପ୍ରମାଣପତ୍ର

ନୂଆଦିଲ୍ଲୀ: କୋଭିଡ ମୃତ୍ୟୁ ସତ୍ୟପାଠ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି।
ଯେଉଁଠି ବି କୋଭିଡରେ ମୃତ୍ୟୁ ହୋଇଥିଲେ ପ୍ରମାଣପତ୍ର ମିଳିବ। ବର୍ତ୍ତମାନ ସୁଦ୍ଧା କେବଳ କୋଭିଡ ଡାକ୍ତରଖାନାରେ ମୃତ୍ୟୁକୁ ଗଣନା କରାଯାଉଥିଲା। କରୋନା ଆକ୍ରାନ୍ତ ହୋଇ ଘରେ କିମ୍ବା ଏପରିକି ଡାକ୍ତରଖାନା ପରିସରରେ ମୃତ୍ୟୁ ହେଲେ ତାହା କୋଭିଡ ମୃତ୍ୟୁ ବୋଲି ଗଣନା କରାଯାଉନଥିଲା। ଏଥିପାଇଁ ୬ଟି ରାଜ୍ୟରେ କୋଭିଡ ମୃତ୍ୟୁରେ ତାଳମେଳ ନ ଥିବା ଅଭିଯୋଗ ହୋଇଥିଲା। ମଧ୍ୟପ୍ରଦେଶ, ଆନ୍ଧ୍ର ପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ, ଦିଲ୍ଲୀ ଓ ବିହାର ଭଳି ରାଜ୍ୟରେ କୋଭିଡ ମୃତ୍ୟୁ ସଂଖ୍ୟାକୁ ନେଇ ଅଭିଯୋଗ ହୋଇଥିଲା। ଏ ନେଇ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି। ଯେଉଁ ଡାକ୍ତର କୋଭିଡ ମୃତ୍ୟୁ ପ୍ରମାଣପତ୍ର ନ ଦେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ଅପରପକ୍ଷରେ ମୃତକଙ୍କ ପରିବାରଙ୍କୁ ୪ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଦେବା ସମ୍ଭବ ନୁହେଁ।

Representaional Image

କେନ୍ଦ୍ର ସରକାର ସୁପ୍ରିମ୍‌ କୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ କହିଛନ୍ତି ଯେ ଦେଶର ଅନ୍ୟୂନ ୬ଟି ରାଜ୍ୟରେ କୋଭିଡ୍‌ଜନିତ ପଞ୍ଜୀକୃତ ମୃତ୍ୟୁସଂଖ୍ୟା ଏବଂ ବାସ୍ତବ ମୃତ୍ୟୁ ସଂଖ୍ୟାରେ ତାଳମେଳ ରହୁନଥିବା ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଏଣିକି ଯେ କୌଣସି ସ୍ଥାନାରେ କୋଭିଡ ଜନିତ ମୃତ୍ୟୁ ହେଲେ ତାଙ୍କୁ ପ୍ରମାଣପତ୍ର ଦିଆଯିବ। ଏହି ନିର୍ଦେଶ ଉଲ୍ଲଙ୍ଘନକାରୀ ଡାକ୍ତରମାନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ କେନ୍ଦ୍ର ସରକାର ଅଦାଲତଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।
ଏବେ କେବଳ କୋଭିଡ ଡାକ୍ତରଖାନାରେ ମୃତ୍ୟୁ ହେଉଥିବା କରୋନା ଆକ୍ରାନ୍ତମାନଙ୍କୁ କୋଭିଡ୍ ମୃତ୍ୟୁ ପ୍ରମାଣପତ୍ର ଦିଆଯିବା ବ୍ୟବସ୍ଥା ରହିଛି। ଘରେ କିମ୍ବା ଡାକ୍ତରଖାନା ପରିସରରେ ମୃତ୍ୟୁ ହେଉଥିବା କରୋନା ଆକ୍ରାନ୍ତମାନଙ୍କୁ କୋଭିଡ ପ୍ରମାଣପତ୍ର ଦିଆଯାଉ ନାହିଁ। ତେଣୁ ରାଜ୍ୟଗୁଡ଼ିକରେ ପ୍ରକୃତ ଓ ପଞ୍ଜୀକୃତ କରୋନା ଆକ୍ରାନ୍ତ ରୋଗୀଙ୍କ ମୃତ୍ୟୁ ସଂଖ୍ୟା ମଧ୍ୟରେ ବ୍ୟାପକ ପାର୍ଥକ୍ୟ ଦେଖା ଦେଉଛି।
ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ ଏବଂ ଦିଲ୍ଲୀରେ କରୋନା ଜନିତ ମୃତ୍ୟୁସଂଖ୍ୟାରେ ତାରତମ୍ୟ ଦେଖାଦେଇଛି। କେବଳ ଏହି ୫ଟି ରାଜ୍ୟରେ ୪.୮ ଲକ୍ଷ ଅଣପଞ୍ଜିକୃତ କରୋନା ଆକ୍ରାନ୍ତ ରୋଗୀଙ୍କ ମୃତ୍ୟୁ ଘଟିଥିବା ନେଇ ପୂର୍ବରୁ ଏକ ବିଶ୍ଳେଷଣାତ୍ମକ ତଥ୍ୟରୁ ଜଣାପଡ଼ିଥିଲା।

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories