www.samajalive.in
Saturday, December 6, 2025
14.1 C
Bhubaneswar

ନାଳରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ

କେନ୍ଦ୍ରାପଡା : କୁମୁରୁଣି ଗ୍ରାମ ନିକଟ ନାଳରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ପଡିଥିବାର ଦେଖାଯାଇଛି। ଯୁବକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ମୃତ ଯୁବକ ଜଣକ ଏକ କଳା ରଙ୍ଗର ପ୍ୟାଣ୍ଟ, କଳା ରଙ୍ଗର ଜ୍ୟାକେଟ ଓ ଗୋଲାପୀ ରଙ୍ଗର ସାର୍ଟ ପିନ୍ଧିଥିବାର ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକମାନେ ଯୁବକଙ୍କ ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ ମଧ୍ୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ନଥିବା ଜଣାପଡିଛି।

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ସକାଳେ କୁମୁରୁଣି ଗ୍ରାମ ନିକଟ ନାଳରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ଭାସୁଥିବାର ସ୍ଥାନୀୟ ଲୋକମାନେ ଦେଖିଥିଲେ। ଲୋକମାନେ ପାଣିରେ ପଡିଥିବା ମୃତଦେହ ଚିହ୍ନିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେ ସ୍ଥାନୀୟ ଅଞ୍ଚଳର ହୋଇ ନଥିବାରୁ ଚିହ୍ନଟ ସମ୍ଭବ ପାରିନାହିଁ। ତେବେ ଯୁବକ ଜଣଙ୍କୁ କେହି ହତ୍ୟା କରି ନାଳରେ ଫୋପାଡି ଦେଇଥିବା ଲୋକମାନଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories